Advertisment

ଆଇଇଡି ବିସ୍ଫୋରଣ, ୨ ଯବାନ ଆହତ

ମାଓବାଦୀଙ୍କୁ ନିପାତ କରିବା ଲାଗି ଜୋରଦାର ଅପରେସନ ଜାରି ରହିଛି।

author-image
Jitendra Garnayak
Ambulance

Ambulance

ଆଇଇଡି ବିସ୍ଫୋରଣରେ ଦୁଇ ଜଣ ଏସଓଜି ଯବାନ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ଘଟିଛି ଏହି ଘଟଣା।

Advertisment

ଆଜି ସକାଳେ ନକ୍ସଲ ବିରୋଧୀ ଅପରେସନ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର ପରେ ବାଲିଗୁଡ଼ା ଡାକ୍ତରଖାନାକୁ ପଠାଯାଇଥିଲା।

ଦୁଇ ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍‌ସକୁ ପଠାଯିବା ନେଇ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

Advertisment

ଜଙ୍ଗଲରେ ମାଓବାଦୀଙ୍କର ଏକ ବଡ଼ ଗ୍ରୁପ୍ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।। ମାଓବାଦୀଙ୍କୁ ନିପାତ କରିବା ଲାଗି ଜୋରଦାର ଅପରେସନ ଜାରି ରହିଥିବା କନ୍ଧମାଳ ଏସ୍‌ପି ସୂଚନା ଦେଇଛନ୍ତି।

Naxal Attack IED Blast