Naxal
ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ୨ ଟି ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ଜବତ କରାଯାଇଛି।
ସୁକମା ଏଏସ୍ପି ପ୍ରଭାତ କୁମାରଙ୍କ ସୂଚନା ଅନୁଯାୟୀ, ଚିନ୍ତଗୁମ୍ଫା ଥାନା ଅନ୍ତର୍ଗତ ତାଡମେଟଲା ଓ ଦୁଲେର ଜଙ୍ଗଲରେ ଜାଗରକୋଣ୍ଡା ଏରିଆ କମିଟିର ୧୦ରୁ ୧୨ ଜଣ ସଶସ୍ତ୍ର ନକ୍ସଲ ଥିବା ଖବର ମିଳିଥିଲା। ଏହା ପରେ DRG ଓ CRPF ଯବାନମାନେ ଅପରେସନ ଯାଇଥିଲେ। ସେହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।
ସର୍ଚ୍ଚ ଅପରେସନ ବେଳେ ଘଟଣାସ୍ଥଳରୁ ୨ ଜଣ ପୁରୁଷ ନକ୍ସଲଙ୍କ ମୃତଦେହ ସହିତ ବନ୍ଧୁକ ଓ ବିସ୍ଫୋରକ ଜବତ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Naxal_1683704753.jpg)