Advertisment

କୁଏତ ଅଗ୍ନିକାଣ୍ଡ, ମୃତ ୪୦ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ

ଶୁକ୍ରବାର ଘଟିଥିବା ଏହି ଭୟଙ୍କର ଅଗ୍ନିକାଣ୍ଡରେ ଏଯାବତ୍ ୪୯ ଜଣଙ୍କ ମୃତ୍ୟୁ ଘଟିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Mohmmad Jahur

Mohmmad Jahur

କୁଏତରେ ଭୟାବହ ଅଗ୍ନିକାଣ୍ଡରେ ଯାଇଛି ୨ ଓଡ଼ିଆଙ୍କ ଜୀବନ। ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼। ଜହୁରଙ୍କ ଘର କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁରେ। ଜହୁର କୁଏତରେ ୨୦୧୭ ମସିହାରୁ ଲାବରୋଟାରୀ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ଛୁଟିରେ ଆସି
ଗତ ମେ’ ମାସରେ ସେ ପୁଣି କୁଏତକୁ ଯାଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ।

Advertisment

ସେହିପରି ଅନ୍ୟତମ ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ। ସେ ଦୁଇ ବର୍ଷ ପୂର୍ବେ କୁଏତ
ଯାଇଥିବା ବେଳେ ଗତ ମାର୍ଚ୍ଚ ମାସରେ ତାଙ୍କର ବାପାଙ୍କ ହାର୍ଟ ଅପରେସନ ପାଇଁ ଘରକୁ ଆସିଥିଲେ। ତେବେ ଏପ୍ରିଲ ମାସରେ ପୁଣି କୁଏତ ଫେରିଯାଇଥିଲେ । ସନ୍ତୋଷ ଙ୍କ ମୃତ୍ୟୁ ଖବର ଶୁଣି ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

୨ ଓଡ଼ିଆଙ୍କୁ ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋଶାଲ ମିଡିଆ Xରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- କୁଏତରେ ଭୟାବହ ଅଗ୍ନିକାଣ୍ଡରେ ଅନେକ ଲୋକଙ୍କ ପ୍ରାଣ ହାନି ଘଟିଛି। ଏଥିରେ ୨ ଓଡ଼ିଆ ପୁଅ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଏହି ଦୁଃଖଦ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

Advertisment

କୁଏତରେଭୟାବହଅଗ୍ନିକାଣ୍ଡରେ୪୯ଜଣଙ୍କମୃତ୍ୟୁଘଟିଛିସେମାନଙ୍କମଧ୍ୟରେ୪୫ଜଣଭାରତୀୟଅଛନ୍ତିସେମାନଙ୍କମଧ୍ୟରୁକେରଳରୁକେବଳ୨୦ଜଣଅଛନ୍ତିସମସ୍ତଙ୍କମୃତଦେହଆଜିଆସିକେରଳରକୋଚିରେପହଞ୍ଚିଛି

Kuwait Tragedy