Advertisment

ଭାସି ଯାଉଥିଲେ, ଧରି ପକାଇଲେ ଲୋକେ

ଦୁଇ ଜଣ ନଦୀରେ ଗଧୋଇବା ବେଳେ ପ୍ରଖର ସୁଅରେ ଭାସି ଯାଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
River

River

ଅଳ୍ପକେ ବର୍ତ୍ତିଗଲେ ଦୁଇ ଯୁବକ। ନଦୀରେ ଗାଧୋଇଲା ବେଳେ ଭାସି ଯାଉଥିଲେ, ହେଲେ ଠିକଣା ସମୟରେ ଉଭୟଙ୍କୁ ଉଦ୍ଧାର କରିଥିଲେ କିଛି ଲୋକ। ଘଟଣାଟି ଘଟିଛି କଟକ ଜିଲ୍ଲା ଚୌଦ୍ୱାରର ଖୋର୍ଦ୍ଧା ସାହିରେ। 

Advertisment

ନଦୀରେ ବୁଡ଼ି ଗୁରୁତର ହୋଇଥିବା ଯୁବକ ଦ୍ୱୟ ହେଉଛନ୍ତି କୃଷ୍ଣଚନ୍ଦ୍ର ସାହୁ ଓ ମୟଙ୍କ ସାହୁ। ସେମାନଙ୍କ ଘର ସେହି ଖୋର୍ଦ୍ଧା ସାହିରେ। 

ଆଜି ସକାଳେ କୃଷ୍ଣ ଓ ମୟଙ୍କ ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଅଜାଣତରେ ଗଭୀର ସ୍ରୋତକୁ ପଳାଇଥିଲେ ସେମାନେ। ନଦୀର ପ୍ରଖର ସୁଅରେ ଦୁହେଁ ଭାସି ଯାଇଥିଲେ। ସେମାନେ ଭାସି ଯାଉଥିବା କିଛି ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଦୁହିଁକୁ ଉଦ୍ଧାର କରିଥିଲେ। ଏହା ସହିତ ପୁଲିକୁ ଖବର ଦେଇଥିଲେ।

Advertisment

ଘଟଣା ସ୍ଥଳରେ ଚୌଦ୍ଵାର ପୁଲିସ ପହଞ୍ଚି ଦୁଇ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। 

River