Advertisment

ମାଛର ଓଜନ ୨ କୁଇଣ୍ଟାଲ, ୧.୨୭ ଲକ୍ଷ ଟଙ୍କାରେ ହେଲା ବିକ୍ରି

ପାରାଦୀପରୁ ଏହି ମାଛଟିକୁ ଧରାଯାଇଥିଲା। ପାରାଦୀପର ମତ୍ସ୍ୟଜୀବୀମାନେ ମାଛଟିକୁ ବିକ୍ରି କରିବା ପାଇଁ ଦିଘା ନେଇଥିଲେ।

author-image
Ordigital Desk
ଅଦ୍ୟତନ ହୋଇଛି
Fish

Fish

ପଶ୍ଚିମବଙ୍ଗର ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଆଜି ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି। ମାଛଟିର ଓଜନ ୨ କୁଇଣ୍ଟାଲ ଥିଲା। କୋଲକାତାର ଏକ ଫାର୍ମା କମ୍ପାନୀ ମାଛଟିକୁ ୧ ଲକ୍ଷ ୨୭ ହଜାର ଟଙ୍କାରେ କିଣି ଥିଲା। 

Advertisment

ପାରାଦୀପରୁ ଏହି ମାଛଟିକୁ ଧରାଯାଇଥିଲା। ପାରାଦୀପର ମତ୍ସ୍ୟଜୀବୀମାନେ ମାଛଟିକୁ ବିକ୍ରି କରିବା ପାଇଁ ଦିଘା ନେଇଥିଲେ।  

ଏହି ମାଛ ଗଭୀର ସମୁଦ୍ରରେ ଦେଖାଯାଏ । ଏହି ମାଛରୁ ଔଷଧ ତିଆରି ହୋଇଥାଏ । ବିଦେଶରେ ଏହି ମାଛର ଅଧିକ ଚାହିଦା ରହିଛି। ବଡ଼ ବଡ଼ ଔଷଧ ପ୍ରସ୍ତୁତକାରୀ କମ୍ପାନୀମାନେ ଏହାକୁ କିଣିଥାଆନ୍ତି। 

Advertisment

ଦିଘାର ମାଛ ବ୍ୟବସାୟୀ ନବ କୁମାର କହିଛନ୍ତି ଯେ ପୂର୍ବରୁ କିଛି କୋଇଭୋଲା ମାଛ ଧରାପଡ଼ିଥିଲେ। ସେଗୁଡ଼ିକର ଓଜନ ୩୦ରୁ ୪୦ କିଲୋ ମଧ୍ୟରେ ଥିଲା। ଆଜି ଏଠାରେ ଯେଉଁ କୋଇଭୋଲ ମାଛଟି ବିକ୍ରି ହେଲା, ତାହା ୨୦୦ କିଲୋ ଥିଲା। 

ଦିଘା ମାଛ ମାର୍କେଟରେ ଆଜି ୨ କୁଇଣ୍ଟାଲ ଓଜନର ବିରାଟକାୟ କୋଇଭୋଲା ମାଛଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। 

Big Fish