SCB ମେଡ଼ିକାଲ୍‌ରେ ହଜିଗଲେ ଦୁଇ ଝିଅ! ଫଟୋ ଧରି ଖୋଜୁଛନ୍ତି ବାପା

ମେଡ଼ିକାଲ୍‌ କର୍ମଚାରୀଙ୍କ ପରାମର୍ଶରେ ରଘୁନାଥ ନିଜ ପତ୍ନୀ ଓ ପୁଅ ଝିଅଙ୍କୁ ଧରି ନନଟ୍ରମା କାଜୁଆଲ୍‌ଟିକୁ ଯାଇଇଥିଲେ। ସେହି ସନ୍ଧ୍ୟା ସେଠାରେ ଡାକ୍ତର ଚେକ୍‌ଅପ୍‌ କରିଥିଲେ। ମେଡ଼ିସିନ୍‌ ଲେଖିଦେବା ସହିତ ମାନସିକ ରୋଗ ବିଭାଗରେ ଭର୍ତ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ।

Medical PhotoOR

ଲୋକଙ୍କୁ ପଚାରୁଛନ୍ତି ବାପା

Manoranjan Sial
  • Published: Monday, 18 December 2023
  • Updated: 18 December 2023, 06:22 PM IST

Sports

Latest News

କେତେ ଆଶା ନେଇ ବଡ଼ ମେଡ଼ିକାଲ୍‌ ଧାଇଁ ଆସିଥିଲେ ଜଣେ ସ୍ନେହ କାଙ୍ଗାଳି ବାପା। ଭାବିଥିଲେ ବଡ଼ ମେଡ଼ିକାଲ୍‌ରେ ବଡ଼ ଡାକ୍ତର ଦେଖିବେ। ଆଉ ମାନସିକ ରୋଗରେ ଘାଣ୍ଟି ହେଉଥିବା ଦୁଇ ଝିଅ ଭଲ ହୋଇଯିବେ। ହେଲେ ଦିନରେ ଦେଖିଥିବା ସବୁ ସପନ ଅଧାରେ ରହିଗଲା। SCB ମେଡ଼ିକାଲ୍‌ରେ ହଜିଗଲେ ଦୁଇ ଝିଅ। ଏବେ କଟକର ବାଉନ୍‌ ବଜାର ତେପନ ଗଳିରେ ଦୁଇ ଝିଅଙ୍କୁ ଖୋଜୁଛନ୍ତି ରଘୁନାଥ ମାସନ୍ତ।

ରଘୁନାଥ ମାସନ୍ତଙ୍କ ଘର ବାଲେଶ୍ୱର ଜିଲ୍ଲା ରାଇବଣୀଆ ଥାନା ମାଙ୍କିଡ଼ିଆ ଗାଁରେ। ତାଙ୍କର ପୂରା ପରିବାର ଅର୍ଥାତ ପତ୍ନୀ, ପୁଅ ଓ ଦୁଇ ଝିଅ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେଣୁ ସେ ସମସ୍ତଙ୍କୁ ଧରି ବାଲେଶ୍ୱର ଫକୀରମୋହନ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ଆସିଥିଲେ। ସେଠାରେ ଡାକ୍ତର ଚେକ୍‌ଅପ୍‌ ପରେ କଟକ ଏସ୍‌ସିବିକୁ ରେଫର କରିଥିଲେ। ତେଣୁ ରଘୁନାଥ ପୂରା ପରିବାରକୁ ଧରି ଗତ ୬ ତାରିଖରେ କଟକ ଆସିଥିଲେ। ଏସ୍‌ସିବି ମେଡ଼ିକାଲ୍‌ରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ୬ଟା ହୋଇଯାଇଥିଲା। ଆଉ ମାନସିକ ରୋଗ ବିଭାଗ ବନ୍ଦ ହୋଇଯାଇଥିଲା।

Also Read

ମେଡ଼ିକାଲ୍‌ କର୍ମଚାରୀଙ୍କ ପରାମର୍ଶରେ ରଘୁନାଥ ନିଜ ପତ୍ନୀ ଓ ପୁଅ ଝିଅଙ୍କୁ ଧରି ନନଟ୍ରମା କାଜୁଆଲ୍‌ଟିକୁ ଯାଇଇଥିଲେ। ସେହି ସନ୍ଧ୍ୟା ସେଠାରେ ଡାକ୍ତର ଚେକ୍‌ଅପ୍‌ କରିଥିଲେ। ମେଡ଼ିସିନ୍‌ ଲେଖିଦେବା ସହିତ ମାନସିକ ରୋଗ ବିଭାଗରେ ଭର୍ତ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ। ୭ ତାରିଖ ସକାଳେ ମେଡ଼ିକାଲ୍‌ରେ ଭର୍ତ୍ତି କରିବାର ଥିଲା। ତେଣୁ ରଘୁନାଥ ନିଜ ପରିବାରକୁ ଧରି କଟକରେ ରହିଥିଲେ। ହେଲେ ୭ ତାରିଖ ସକାଳେ ରଘୁନାଥଙ୍କ ବଡ଼ଝିଅ ପୂଜା ଓ ସାନଝିଅ ଲିଜା କେଉଁଆଡ଼େ ଚାଲିଗଲେ।

ଦୁଇ ଝିଅଙ୍କୁ ବହୁ ଖୋଜାଖୋଜି କରିଥିଲେ। ହେଲେ ପାଇଲେ ନାହିଁ। ତା’ପରେ ପତ୍ନୀ ଓ ପୁଅକୁ ଏସ୍‌ସିବି ମାନସିକ ରୋଗ ବିଭାଗରେ ଭର୍ତ୍ତି କରିଥିଲେ। ପୁଅ ଓ ପତ୍ନୀଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିବା ପରେ ପୁଣି ଥରେ ଦୁଇ ଝିଅଙ୍କୁ ଖୋଜିବାରେ ଲାଗି ପଡ଼ିଲେ। ସେମାନଙ୍କ ଫଟୋ ଧରି କଟକର ବାଉନ୍‌ ବଜାର ତେବନ ଗଳିରେ ଘୂରି ବୁଲୁଛନ୍ତି। ରାସ୍ତାରେ ଯାହାକୁ ଦେଖୁଛନ୍ତି, ଝିଅର ଫଟୋ ଦେଖାଇ ପଚାରୁଛନ୍ତି। ଆଉ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି। ଦୁଇ ଝିଅଙ୍କୁ ନପାଇ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି ରଘୁନାଥ।

Balasoreହଜିଯାଇଥିବା ଦୁଇ ଭଉଣୀ

ଦୁଇ ଝିଅଙ୍କୁ ନପାଇ ରଘୁନାଥ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁସାରେ ପୁଲିସ୍‌ ମାନସିକ ବିଭାଗ ଓ ନନଟ୍ରମା କାଜୁଆଲ୍‌ଟି ଯାଇ ଡାକ୍ତର, ନର୍ସ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଏଥିସହ ମେଡ଼ିକାଲ୍‌ ପରିସରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଛି। ହେଲେ ଦୁଇ ଝିଅଙ୍କ ପତ୍ତା ପାଉନି ପୁଲିସ୍‌।

ଦୁଇ ଝିଅ ମେଧାବୀ ଥିଲେ। ସାନ ଝିଅ ଲିଜା ମାଟ୍ରିକ ଓ ଯୁକ୍ତ ଦୁଇରେ ପ୍ରଥମ ଶ୍ରେଣୀରେ ପାସ୍‌ କରିବା ପରେ ତାଳଚେର ଇଞ୍ଜିନିୟରିଂ କଲେଜରେ ଆର୍କିଟେଟ୍‌ ବିଭାଗର ପାଠ ପଢୁଥିଲେ। ପାଠ ପଢ଼ିବା ବେଳେ ଅସୁସ୍ଥ ହୋଇଥିଲେ। ତେଣୁ ଘରକୁ ପଳାଇ ଆସିଥିଲେ। ସେହିଭଳି ବଡ ଝିଅ, ପତ୍ନୀ ଓ ପୁଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିଲା। ହେଲେ ହଠାତ୍‌ ସେମାନେ ସମସ୍ତେ ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କାରଣ କ’ଣ କିଛି ଜାଣିପାରୁନଥିବା ରଘୁନାଥ କହିଛନ୍ତି। ଗୁଣି ଗାରେଡି ଯୋଗୁ ସେମାନଙ୍କ ମାନସିକ ସ୍ଥିତି ବିଗୁଡ଼ୁଥିବା ରଘୁନାଥ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story