Advertisment

ରାଜଧାନୀରେ ଦୁଇ ମହିଳା ସମାଜସେବୀଙ୍କ ଟଣାଟଣି ଓ ପିଟାପିଟି

ଆଜି ଅପରାହ୍ନରେ ଭୁବନେଶ୍ୱର ଜୟଦେବ ଭବନ ପାର୍କିଂରେ ଜଣେ ମହିଳା ସମାଜସେବୀ ଗଣମାଧ୍ୟମକୁ ବାଇଟ୍‌ ଦେଉଥିଲେ। ଠିକ୍‌ ସେତିକି ବେଳେ ଅନ୍ୟ ସମାଜସେବୀ ସେଠାରେ ପହଞ୍ଚିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BBSR

BBSR

ଆଜି ରାଜଧାନୀ ଭୁବନେଶ୍ୱରରେ ଦୁଇ ମହିଳା ସମାଜସେବୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ସୋଶାଲ୍‌ ମିଡ଼ିଆ ପୋଷ୍ଟକୁ ନେଇ ଦୁଇ ସମାଜସେବୀଙ୍କ ଭିତରେ ଟଣାଟଣି ଓ ପିଟାପିଟି ହୋଇଛି। ଉଭୟଙ୍କୁ ବୁଝାଇବାକୁ ଯାଇ ନାକେଦମ୍‌ ହୋଇଛି କମିଶନରେଟ୍‌ ପୁଲିସ୍‌।

Advertisment

ଆଜି ଅପରାହ୍ନରେ ଭୁବନେଶ୍ୱର ଜୟଦେବ ଭବନ ପାର୍କିଂରେ ଜଣେ ମହିଳା ସମାଜସେବୀ ଗଣମାଧ୍ୟମକୁ ବାଇଟ୍‌ ଦେଉଥିଲେ। ଠିକ୍‌ ସେତିକି ବେଳେ ଅନ୍ୟ ସମାଜସେବୀ ସେଠାରେ ପହଞ୍ଚିଥିଲେ। ବାଇଟ୍‌ ଦେବାକୁ ମନା କରିଥିଲେ। ଥାନାରେ ଚିକ୍ତିନାମା କରିଥିବାରୁ କାହିଁକି ବାଇଟ୍‌ ଦେଉଛନ୍ତି ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା। ତା’ପରେ ଠେଲାପେଲା ହୋଇଥିଲା।

ଖାଲି ଠେଲାପେଲା ନୁହେଁ, ଦୁଇ ମହିଳା ହାତାହାତି ହେଲେ। ଚୁଟି ଟଣାଟଣି ହୋଇ ମରାମରି ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ଫେଲ୍‌ ମାରିଥିଲେ। ଦୀର୍ଘ ସମୟ ଧରି ଦୁଇ ତଥାକଥିତ ସମାଜସେବୀଙ୍କ ଭିତରେ ଚୁଟି ଟଣାଟଣି ଓ ଠେଲାପେଲା ହୋଇଥିଲା। ଶେଷରେ ସେଠାରେ ପହଞ୍ଚିଥିଲା ପୁଲିସ୍‌। ଉଭୟଙ୍କୁ ପୁଲିସ୍‌ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ କେହି କାହାକୁ ଛାଡିବା ପରିସ୍ଥିତିରେ ନଥିଲେ। ବହୁ କଷ୍ଟରେ ପୁଲିସ୍‌ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା।

Advertisment

ଦୁଇ ମହିଳା ସମାଜସେବୀଙ୍କ ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ସୋଶାଲ ମିଡ଼ିଆ ପୋଷ୍ଟକୁ ନେଇ ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି।

Bhubaneswar Bhubaneswar News