Advertisment

ଶିମିଳିପାଳକୁ ଆସିବେ ଦୁଇଟି ମହାବଳ ବାଘ

ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏହି ଦୁଇ ମହାବଳ ବାଘ ଶିମିଳିପାଳ ଆସିବେ।

Tiger

Tiger

Advertisment

ଶିମିଳିପାଳକୁ ଆସିବ ଦୁଇଟି ମହାବଳ ବାଘ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିମିଳିପାଳର ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ରର ଯାଇଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହ ମଧ୍ୟରେ ଶିମିଳିପାଳକୁ ଦୁଇଟି ମହାବଳ ବାଘ ଆସିବ।

Advertisment

ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକଙ୍କ ସହ ବନ୍ୟଜନ୍ତୁ ଡାକ୍ତରୀଦଳ ଏବଂ ତାଲିମପ୍ରାପ୍ତ ବନ କର୍ମଚାରୀ ଓ ଶିମିଳିପାଳର ରାପିଡ ରେସପନ୍ସ ଟିମକୁ ନେଇ ଗଠିତ ଏକ ଦଳ ମହାରାଷ୍ଟ୍ର ଯାଇଥିବା ସୂଚନା ମିଳିଛି।

ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏହି ଦୁଇ ମହାବଳ ବାଘ ଆସିବେ। ଶିମିଳିପାଳର ସ୍ୱତନ୍ତ୍ର ଟିମ୍ ତାଡ଼ୋବା ଯାଇ ବାଘ ଚିହ୍ନଟ କରିବା ପରେ ଆଇନ ଅନୁଯାୟୀ ବିଭିନ୍ନ ପ୍ରକ୍ରିୟା କରାଯାଇ ବାଘ ଅଣାଯିବ। ପୂର୍ବରୁ ଶିମିଳିପାଳ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ ବୋଲି NTCA ସ୍ପଷ୍ଟ କରିଥିଲା। ଏହି ପରିପ୍ରେକ୍ଷୀରେ ଶିମିଳିପାଳକୁ ଦୁଇଟି ମହାବଳ ଅଣା ଯାଉଥିବା ସ୍ପଷ୍ଟ କରିଛନ୍ତି PCCF। ଏଥିପାଇଁ ପୂର୍ବ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ୨୮ଟି ବାଘ ଥିବା ଜଣାପଡିଛି। 

Advertisment
Simlipal National Park Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe