Advertisment

ନକଲି ହଳଦୀ ଚାଷୀଙ୍କଠାରୁ ସବ୍‌ସିଡି ଟଙ୍କା ଆଦାୟ କରୁଛନ୍ତି ଉଦ୍ୟାନ ସାଥୀ!

ଟଙ୍କା ଆକାଉଣ୍ଟକୁ ଆସିବା ପରେ ଉଦ୍ୟାନ ସାଥୀ ନକଲି ଚାଷୀଙ୍କ ଘରକୁ ଯାଇ ପ୍ରାୟ ୨୦୦୦ ଟଙ୍କା ଲେଖାଏଁ ଦେଇ ବାକି ଟଙ୍କା ଆଦାୟ କରି ଆଣୁଥିବା ଅଭିଯୋଗ ହୋଇଛି। ଏମିତି ଦେଖିଲେ ଉକ୍ତ ପଞ୍ଚାୟତରୁ ପ୍ରାୟ ୬ ଲକ୍ଷ ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ହୋଇଛି।

Kandhamal

Kandhamal

Advertisment

ଅସଲି ବଦଳରେ ନକଲି ହଳଦୀ ଚାଷୀଙ୍କୁ ସବ୍‌ସିଡି ଦେଉଛନ୍ତି ରାଜ୍ୟ ସରକାର! ଆଉ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ନକଲି ଚାଷୀଙ୍କଠାରୁ ଉଦ୍ୟାନ ସାଥୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲାରୁ ଆସିଛି। ଆଜି ଅସଲି ଚାଷୀମାନେ ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଛନ୍ତି।

Advertisment

କନ୍ଧମାଳ ଜିଲ୍ଲାର ହଳଦୀ ଚାଷୀଙ୍କୁ ପ୍ରତି ମାସରେ ପର୍ଯ୍ୟାୟ କ୍ରମେ ଦିଆଯାଉଛି ଇନପୁଟ୍‌ ସବସିଡି। ଜମିର ମାନ ଓ ଅଞ୍ଚଳ ଅନୁସାରେ ଚାଷୀଙ୍କ ବ୍ୟାଙ୍କ ଜମା ଖାତାକୁ ଇନ୍‌ପୁଟ ସବସିଡି ପ୍ରୋତ୍ସରହନ ରାଶି ପଠାଉଛନ୍ତି ରାଜ୍ୟ ସରକାର। ସେହି ହିସାବରେ କେରେଡି ପଞ୍ଚାୟତର ଅଧିକାଂଶ ଲୋକଙ୍କୁ ମିଳିଛି ସବ୍‌ସିଡି ଟଙ୍କା। ହେଲେ ସବ୍‌ସିଡି ଟଙ୍କା ପାଇଥିବା ସମସ୍ତ ଚାଷୀ ପ୍ରକୃତରେ ଅସଲି ନୁହେଁ, ସେମାନଙ୍କ ଭିତରେ ଅଧିକାଂଶ ହେଉଛନ୍ତି ନକଲି।

ଅଭିଯୋଗ ଅନୁସାରେ ଉଦ୍ୟାନ ସାଥୀ ଫେକ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ଗାଁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବ୍‌ସିଡି ବାବଦକୁ ୧୭୪୬୪ ଟଙ୍କା ଜମା କରାଇଛନ୍ତି। ଟଙ୍କା ଆକାଉଣ୍ଟକୁ ଆସିବା ପରେ ଉଦ୍ୟାନ ସାଥୀ ନକଲି ଚାଷୀଙ୍କ ଘରକୁ ଯାଇ ପ୍ରାୟ ୨୦୦୦ ଟଙ୍କା ଲେଖାଏଁ ଦେଇ ବାକି ଟଙ୍କା ଆଦାୟ କରି ଆଣୁଥିବା ଅଭିଯୋଗ ହୋଇଛି। ଏମିତି ଦେଖିଲେ ଉକ୍ତ ପଞ୍ଚାୟତରୁ ପ୍ରାୟ ୬ ଲକ୍ଷ ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ହୋଇଛି।

Advertisment

ସେପଟେ ଦେଖିବାକୁ ଗଲେ ଉକ୍ତ ପଞ୍ଚାୟତରେ ପ୍ରକୃତ ହଳଦୀ ଚାଷ କରୁଥିବା ଚାଷୀଙ୍କୁ ସବ୍‌ସିଡି ଟଙ୍କା ମିଳିନି। ଏମିତି ଜଣେ ହଳଦୀ ଚାଷୀ ହେଉଛନ୍ତି ବେଲାରସନ ଭୁକ୍ତା। ସେ ନିଜର ଜମିରେ ହଳଦୀ ଚାଷ କରୁଛନ୍ତି। ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ଅନ୍ୟ ଅନୁଷ୍ଠାନଠାରୁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି। ହେଲେ ଦୁଃଖର ବିଷୟ ତାଙ୍କୁ ସବ୍‌ସିଡି ଟଙ୍କା ମିଳୁନି। ଯେଉଁଥିପାଇଁ କ୍ଷୋଭପ୍ରକାଶ କରିଛନ୍ତି ବେଲାରସେନ ଭୁକ୍ତା।

ହଳଦୀ ଚାଷୀଙ୍କ ସବ୍‌ସିଡି ଟଙ୍କା କେବଳ କେରେଡି ପଞ୍ଚାୟତରେ ହଡପ୍‌ ହୋଇନି। ପୂରା ଜିଲ୍ଲାରେ ହଡପ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ କେତେକ ହଳଦୀ ଚାଷୀ ଆଜି ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିରରେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଅଭିଯୋଗ ଶୁଣି ସବ୍‌ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ହରିଲୁଟ୍‌ ନେଇ କେରେଡି ଗାଁର ସଂଜୀବ ଦିଗାଲ କହିଛନ୍ତି, ହଳଦୀ ଚାଷ କରିନଥିବା ଲୋକଙ୍କ ବ୍ୟାଙ୍କ ଖାତାକୁ ଯାଇଛି ସବ୍‌ସିଡି ଟଙ୍କା। ପରବର୍ତ୍ତୀ ସମୟରେ ଉଦ୍ୟାନ ସାଥୀ ସମ୍ପୃକ୍ତ ଅଣ ଚାଷୀଙ୍କ ଘରକୁ ଯାଇ ୨୦୦୦ ଟଙ୍କା ଲେଖାଏଁ ଦେଇ ବାକି ଟଙ୍କା ଉଠାଇ ଆଣୁଛନ୍ତି। ଯାହାର ପ୍ରମାଣ ଆମ ପାଖରେ ରହିଛି। ୪୪ ଜଣ ଚାଷୀଙ୍କଠାରୁ ପ୍ରାୟ ୬ ଲକ୍ଷ ଟଙ୍କା ଆଦାୟ କରାଯାଇଛି। ପ୍ରକୃତ ଚାଷୀଙ୍କୁ ସେମାନଙ୍କ ହକ୍‌ ଦେବା ପାଇଁ ଆମେ ରାସ୍ତାକୁ ଓହ୍ଲାଇଛୁ ବୋଲି ଶ୍ରୀ ଦିଗାଲ୍‌ କହିଛନ୍ତି।

କେରେଡି ପଞ୍ଚାୟତ ପୂର୍ବତନ ସରପଞ୍ଚ ଦୀପକ ରଞ୍ଜନ ମଲ୍ଲିକ କହିଛନ୍ତି, କେରେଡି ପଞ୍ଚାୟତରେ ୬ ଜଣ ଚାଷୀ ହଳଦୀ ଚାଷ କରୁଛନ୍ତି। କିନ୍ତୁ ବହୁ ନକଲି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବ୍‌ସିଡି ଟଙ୍କା ଯାଇଛି। ସେମାନେ କେବେ ହଳଦୀ ଚାଷ କରିନାହାନ୍ତି। ସେହି ଅଣ ଚାଷୀଙ୍କ ପାଖକୁ ଯାଇଥିବା ସବ୍‌ସିଡି ବାବଦକୁ ୧୭୪୬୪ ଟଙ୍କାରୁ ପ୍ରାୟ ୧୦ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ଚାଷୀଙ୍କଠାରୁ ଆଦାୟ କରାଯାଇଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Farmer Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe