Advertisment

ନାବାଳକଙ୍କୁ ଡ୍ରାଇଭ୍ ମନା, ଛକ ଛକରେ ଚାଲିଛି ଚେକିଂ

ଯଦି ନାବାଳକ ଗାଡି ଚଳାଇବା ବେଳେ ଧରାପଡେ ତେବେ ତାଙ୍କ ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ମାମଲା ରୁଜୁ ହେବ। କେବଳ ସେତିକି ନୁହେଁ ୨୫ ହଜାର ଟଙ୍କା ଯାଏ ଫାଇନ ମଧ୍ୟ ଦେବାକୁ ପଡ଼ିବ।

ଅଦ୍ୟତନ ହୋଇଛି
underage-driving

underage-driving

Advertisment

ନାବାଳକଙ୍କୁ ଡ୍ରାଇଭ୍ ମନା। ଆଉ ଗାଡ଼ି ଚଳାଇ ପାରିବେନି ନାବାଳକ। ତାଙ୍କୁ ଆଉ ମିଳିବନି ନିସ୍ତାର। ଆଜିଠୁ ଚେକିଂ କଡ଼ାକଡ଼ି କରାଯାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଚାଲିଛି।

Advertisment

ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଜୋରଦାର ଚାଲିଛି ଚେକିଂ। ଛକ ଛକରେ ଗାଡ଼ିକୁ ଅଟକାଇ ଯାଞ୍ଚ କରୁଛି ପୁଲିସ ଓ ପରିବହନ ବିଭାଗ କର୍ମଚାରୀ। ଯଦି ନାବାଳକ ଗାଡି ଚଳାଇବା ବେଳେ ଧରାପଡେ ତେବେ ତାଙ୍କ ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ମାମଲା ରୁଜୁ ହେବ। କେବଳ ସେତିକି ନୁହେଁ ୨୫ ହଜାର ଟଙ୍କା ଯାଏ ଫାଇନ ମଧ୍ୟ ଦେବାକୁ ପଡିବ।

ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ବର୍ତ୍ତମାନ ସୁଦ୍ଧା ୧୭୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇସାରିଲାଣି। ଅଭିଭାବକଙ୍କୁ ଯେତେ ବୁଝାଇଲେ ମଧ୍ୟ ବୁଝୁ ନାହାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ମାତ୍ର ୮ରୁ ୧୦ ବର୍ଷର ପିଲାମାନେ ଗାଡ଼ି ଚଳାଉଥିବା ଚେକିଂ ବେଳେ ଧରାପଡିଛନ୍ତି। ଏମାନେ ହେଲମେଟ୍‌ ପିନ୍ଧିବା ତ ଦୂରର କଥା ନିଜ ଓଜନଠାରୁ ଅଧିକ ବଡ଼ ଗାଡି ଚଳାଉଛନ୍ତି। ନିଜ ପିଲାଙ୍କ ପ୍ରତି ପ୍ରଥମେ ଅଭିଭାବକମାନେ ସଚେତନ ହେବା ଜରୁରୀ ବୋଲି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ରିସ୍କ ନେଇ ତଥା ନିଜ ପିଲାର ଜୀବନକୁ ବାଜି ଲାଗି ଅଭିଭାବକମାନେ ସେମାନଙ୍କୁ ଗାଡି ଦେବା ଉଚିତ ନୁହେଁ। ଏହା ଦେଖି କଷ୍ଟ ହେଉଛି। ଯେତେ ବୁଝାଇଲା ପରେ ବି ସେମାନେ ବୁଝିବାକୁ ନାରାଜ। ତେଣୁ ଆମେ ଆକ୍ସନ ନେବାକୁ ବାଧ୍ୟ ହୋଇଛୁ। ଯଦି ନାବାକାଳ ଗାଡି ଚଳାଇବା ବେଳେ ଧରା ପଡନ୍ତି ତେବେ ୨୫ ହଜାର ଟଙ୍କା ଯାଏଁ ଫାଇନ ଦେବାକୁ ପଡିବ। ଗାଡ଼ ଜବତ କରାଯିବ। ଏପରିକି ଦରକାର ପଡିଲେ ଅଭିଭାବକଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେବ।

Odisha State Transport Department Underage Driving
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe