Advertisment

କେନ୍ଦୁଝରରେ କେନ୍ଦ୍ର କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଲୋକଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ମୁଣ୍ଡା କହିଥିଲେ, ଦେଶର ଅଧିକାଂଶ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗରିବ କଲ୍ୟାଣ ତଥା ବିଭିନ୍ନ ଜନହିତକର ଯୋଜନା ଗୁଡ଼ିକ ପହଞ୍ଚି ପାରୁଛି।

Arjun Munda

Arjun Munda

Advertisment

କେନ୍ଦୁଝରରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା। ‘ବିକଶିତ ଭାରତ ସଂକଳ୍ପ’ ଯାତ୍ରାରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କ ଅବଗତ କରାଇଛନ୍ତି। ଏଥିସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ।

Advertisment

ଆଜି ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତରେ ‘ବିକଶିତ ଭାରତ ସଂକଳ୍ପ’ ଯାତ୍ରା ହୋଇଛି। ବାଙ୍କିଆ ସରକାରୀ ବିଦ୍ୟାଳୟ ନିକଟସ୍ଥ ପଡ଼ିଆରେ ହୋଇଥିବା ସମାବେଶରେ କେନ୍ଦ୍ର ଆଦିବାସୀ ବ୍ୟାପାର ତଥା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ସାମିଲ୍‌ ହୋଇଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଓ ଗରିବ କଲ୍ୟାଣ ତଥା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।

ଲୋକଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ମୁଣ୍ଡା କହିଥିଲେ, ଦେଶର ଅଧିକାଂଶ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗରିବ କଲ୍ୟାଣ ତଥା ବିଭିନ୍ନ ଜନହିତକର ଯୋଜନା ଗୁଡ଼ିକ ପହଞ୍ଚି ପାରୁଛି। ହିତାଧିକାରୀମାନେ ଯେଉଁସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କର ପଞ୍ଜୀକରଣ କରାଯାଉଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ, ସେମାନଙ୍କୁ ମୋଦିଙ୍କ ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ। ସମସ୍ତ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କର ବିଶେଷ ଭୂମିକା ରହିଛି ସେ କହିଥିଲେ।

Advertisment

ସେ ଆହୁରି କହିଥିଲେ, ପିଏମ୍ ଉଜ୍ଜଳା, ସ୍ଵଚ୍ଛ ଭାରତ, ଡାକ ଘର ଜୀବନ ଜ୍ୟୋତି ବୀମା, ଜନ ଧନ ଯୋଜନା, କୃଷକ ନିଧି ସମ୍ମାନ, ଆଦିବାସୀ କଲ୍ୟାଣ ଯୋଜନା, ବିଶ୍ୱକର୍ମା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଆଦିରେ କୋଟି କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

State Bjp Kendujhar Arjun Munda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe