Advertisment

କାଲିଠୁ ଖୋଲିବ ୟୁନିଟ୍‌-୧ ମାର୍କେଟ୍‌

ବିଏମ୍‌ସି ସହ ବ୍ୟବସାୟୀ ସଂଘର ଆଲୋଚନା ସଫଳ ହୋଇଛି।

author-image
Jitendra Garnayak
Market

Market

ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୧ ମାର୍କେଟ ଆସନ୍ତାକାଲିଠୁ ଖୋଲିବ। ୟୁନିଟ୍‌-୧ ମାର୍କେଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ୱାଇଁ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ବିଏମ୍‌ସି ସହ ବ୍ୟବସାୟୀ ସଂଘର ଆଲୋଚନା ସଫଳ ହୋଇଛି। ପାର୍କିଂ ସହ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ବିଏମ୍‌ସି ରାଜି ହୋଇଛି।

ଗତ ଗୁରୁବାର ଠାରୁ ୟୁନିଟ୍‌-୧ ମାର୍କେଟ୍‌ ବନ୍ଦ ରହିଥିଲା। ପାର୍କିଂ ବ୍ୟବସ୍ଥା ସହିତ ଜବରଦଖଲ ଉଚ୍ଛେଦ ଓ ଅନ୍ୟାନ୍ୟ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲେ ୟୁନିଟ ୧ ହାଟ ବ୍ୟବସାୟୀ ସଂଘ। ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସେମାନଙ୍କ ଅଭିଯୋଗ ଥିଲା ଯେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନଥିବାରୁ ଗ୍ରାହକମାନେ ହଇରାଣ ହେଉଛନ୍ତି। ରାସ୍ତାକଡ଼ରେ ଗାଡ଼ି ରଖି ଫେରିଲା ବେଳକୁ ସେମାନଙ୍କୁ ଫାଇନ ଦେବାକୁ ପଡ଼ୁଛି। ତେଣୁ ସେମାନେ ଆଉ ୧ ନମ୍ବର ମାର୍କେଟକୁ ଆସିବାକୁ ପସନ୍ଦ କରୁ ନାହାନ୍ତି। ସେହିଭଳି ୧ ନମ୍ବର ମାର୍କେଟ ଚାରିପାଖ ଜବରଦଖଲ ହୋଇଯାଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ। ଜବରଦଖଲ ଉଚ୍ଛେଦ ପାଇଁ ସେମାନେ ଦାବି କରିଥିଲେ।

Advertisment

ଆଜି ବିଏମସିର ଏକ ଟିମ ୧ ନମ୍ବର ମାର୍କେଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ଗୁଡ଼ିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି ସଂଘ ସଭାପତି। ୨ରୁ ୪ ଦିନ ମଧ୍ୟରେ ପାର୍କିଂ ସମସ୍ୟାର ସମାଧାନ କରିବା ସହ ଅନ୍ୟ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।

Bmc Market Building