Advertisment

ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁସଂଖ୍ୟା ୩୫ ଛୁଇଁଲା, ହିଟଷ୍ଟ୍ରୋକରେ ୬ ମୃତ

୩୫ଟି ଅସ୍ୱାଭାବିକ ମୃତ୍ୟୁ ନେଇ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଲୋକଙ୍କ ପରିବାର ବର୍ଗ ଶବବ୍ୟବଚ୍ଛେଦ କରିବାକୁ ରାଜି ହୋଇ ନଥିଲେ।

author-image
Hemant Lenka
Odisha

Odisha

ରାଉରକେଲା ସହରରେ ଲୋକଙ୍କର ଅସ୍ୱାଭାବିକ ମୃତ୍ୟୁରେ ଲଗାମ ଲାଗୁନାହିଁ। ସ୍ଥିତି ଏପରି ହୋଇଛି ଯେ ଆଜି ଅସ୍ୱାଭାବିକ ମୃତ୍ୟୁସଂଖ୍ୟା ୩୫ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କର ମୃତ୍ୟୁ ଅଂଶୁଘାତ ଯୋଗୁ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସ୍ପଷ୍ଟ କରିଛନ୍ତି।

Advertisment

ସେ କହିଛନ୍ତି ଯେ ଗତ ୩୦ ତାରିଖରେ ପ୍ରବଳ ଖରା ହୋଇଥିବାରୁ ସର୍ବାଧିକ ମୃତ୍ୟୁ ସେହିଦିନ ଘଟିଥିଲା। ଏମାନେ ହିଟଷ୍ଟ୍ରୋକରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଶବବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଏହା ସ୍ପଷ୍ଟ ହେବ। ୩୫ଟି ଅସ୍ୱାଭାବିକ ମୃତ୍ୟୁ ନେଇ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଲୋକଙ୍କ ପରିବାର ବର୍ଗ ଶବବ୍ୟବଚ୍ଛେଦ କରିବାକୁ ରାଜି ହୋଇ ନଥିଲେ।

ବାକି ୩୧ଟି ମୃତଦେହ ମଧ୍ୟରୁ ୨୪ ଜଣଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇଛି। ୨୪ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ପଷ୍ଟ ହୋଇଛି। ଆଉ କିଛି ଲୋକ ହାର୍ଟଆଟାକ ଓ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଛନ୍ତି। ଅନ୍ୟ ଯେଉଁ ୧୦ରୁ ୧୫ ବଳକା କେସ ରହିଲା, ସେମାନଙ୍କ ରିପୋର୍ଟକୁ ଯାଞ୍ଚ କରାଯାଉଛି।

Advertisment

ଶବବ୍ୟବଚ୍ଛେଦ ରିପୋର୍ଟରୁ କିଛି ବି ସ୍ପଷ୍ଟ ସୂଚନା ମିଳୁନାହିଁ। ତେଣୁ ଭେସରା ଟେଷ୍ଟ କରାଯିବ। ମୃତ୍ୟୁର କାରଣ ଜାଣିବା ପାଇଁ ଯୁଗ୍ମ ତଦନ୍ତର ନିୟମ ରହିଛି। ତେଣୁ ଘଟଣାର ତଦନ୍ତ ରାଉରକେଲା ତହସିଲଦାର ଓ ମେଡିକାଲ ଟିମ୍ କରୁଛନ୍ତି।

୧୦ରୁ ୧୫ଟି ମାମଲାର ଯୁଗ୍ମ ତଦନ୍ତ ଚାଲିଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଶନିବାର ଠାରୁ ଆଉ ରୋଗୀ ସଂଖ୍ୟା ବୃଦ୍ଧି ହେଉ ନାହିଁ। ରୋଗୀ ସଂଖ୍ୟା ଧୀରେଧୀରେ କମୁଥିବା ସେ କହିଛନ୍ତି।

Odisha Heat Wave Rourkela Heat Stroke