Advertisment

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଏସବୁ କେସ୍‌ଗୁଡ଼ିକୁ ସିଧାସଳଖ ଅଂଶୁଘାତ ସହ ଲିଙ୍କ୍ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

author-image
Jitendra Garnayak
Deadbody

Deadbody

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଗତକାଲି ସୁଦ୍ଧା ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ୨୮ ଜଣଙ୍କର ଶବ ବ୍ୟବଚ୍ଛେଦ ସରିଥିବା ବେଳେ ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଆଉ ୩ ଜଣ ବ୍ୟକ୍ତିଙ୍କର ମୃତ ଶରୀର ଆଜି ପୋଷ୍ଟମର୍ଟମ ପାଇଁ ଆସିଥିବା ଜଣାପଡ଼ିଛି।

Advertisment

ଏ ନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ୧୬ ଜଣଙ୍କର ପୋଷ୍ଟମର୍ଟମ ଶୁକ୍ରବାର କରାଯାଇଥିଲା। ଗତକାଲି ଆଉ ୧୨ ଜଣଙ୍କର ପୋଷ୍ଟମର୍ଟମ ହୋଇଛି। ସେମାନଙ୍କର ମଧ୍ୟ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏସବୁ କେସ୍‌ଗୁଡ଼ିକୁ ସିଧାସଳଖ ଅଂଶୁଘାତ ସହ ଲିଙ୍କ୍ କରାଯାଇ ପାରିବ ନାହିଁ।

ପୋଷ୍ଟମର୍ଟମ ରିପୋର୍ଟ ଓ ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ କୁହାଯାଇପାରିବ। ଆଜି ମଧ୍ୟ ସେଭଳି କିଛି ମୃତ୍ୟୁ କେସ୍‌ ଆସିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସବୁ କିଛି ସ୍ପଷ୍ଟ ହେବ। ତେବେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ସ୍ପଷ୍ଟ ହୋଇଥିବା SRC ପୂର୍ବରୁ ଜଣାଇଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

Advertisment
Sun Stroke