Advertisment

ସରକାରଙ୍କୁ ଅର୍ଥଚିନ୍ତା: ଭଡ଼ାରେ ଲାଗିବ ଅବ୍ୟବହୃତ ସରକାରୀ ଜମି ଓ କୋଠା

ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅବ୍ୟବହୃତ ସରକାରୀ ଜମି ଓ କୋଠାଗୁଡ଼ିକର ସଦୁପଯୋଗ କରି ସେଥିରୁ ଅର୍ଥ ଉପାର୍ଜନ ନିମନ୍ତେ ଆବଶ୍ୟକ ଆନୁଷ୍ଠାନିକ କୌଶଳ ଆପଣାଇବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି ।

undefined

Loka Seva Bhavan

Advertisment

ବର୍ଷବର୍ଷ ଧରି ବ୍ୟବହାର ନହୋଇ ପଡ଼ି ରହିଥିବା ସରକାରୀ ଜମି ଏଣିକି ଭଡ଼ାରେ ଲାଗିବ । ରାଜଧାନୀ ଭୁବନେଶ୍ୱରରେ ଥିବା ସରକାରୀ ଜମିଗୁଡ଼ିକର ମଧ୍ୟ ସଦୁପଯୋଗ କରାଯିବ। ଜିଲ୍ଲାଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଖାଲି ପଡ଼ିଥିବା ପ୍ରମୁଖ ସରକାରୀ ଜମି ଓ କୋଠାଗୁଡ଼ିକର ଉପଯୋଗ କରି ସେଥିରୁ ଅର୍ଥ ଉପାର୍ଜନ କରାଯିବ। ଏପରିକି ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ନିଆଯାଇଥିବା ବୃହତ୍ ଜମି ଓ ନିର୍ମିତ କୋଠା ଯଦି କାର୍ଯ୍ୟରେ ଲାଗୁ ନଥିବ ସେସବୁକୁ ମଧ୍ୟ ଯଥାର୍ଥ ଉପଯୋଗ କରି ଅର୍ଥ ଉପାର୍ଜନ କରାଯିବ। ଏଭଳି ଢଙ୍ଗରେ ବିଭିନ୍ନ ବିଭାଗର ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା।

Advertisment

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅବ୍ୟବହୃତ ସରକାରୀ ଜମି ଓ କୋଠାଗୁଡ଼ିକର ସଦୁପଯୋଗ କରି ସେଥିରୁ ଅର୍ଥ ଉପାର୍ଜନ ନିମନ୍ତେ ଆବଶ୍ୟକ ଆନୁଷ୍ଠାନିକ କୌଶଳ ଆପଣାଇବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି । ନିଜ ବିଭାଗ ଅଧୀନରେ ଥିବା ବୃହତ୍ କୋଠା ଅବା ଜମିକୁ ଚିହ୍ନଟ କରିବାକୁ ମୁଖ୍ୟ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି । ବିଶେଷକରି ଜିଲ୍ଲାଗୁଡ଼ିକରେ ଥିବା ଆଦିବାସୀ ସଂଗ୍ରହାଳୟ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମନ୍ୱିତ ଭିତ୍ତିଭୂମି କମ୍ପେକ୍ଲସ(ଆଇଆଇସି)ଗୁଡ଼ିକ ଉଦ୍ଦିଷ୍ଟ କାର୍ଯ୍ୟରେ ଉପଯୋଗ ହେଉନାହିଁ । ତେଣୁ ସମ୍ପୃକ୍ତ ବିଭାଗଗୁଡ଼ଇକ ଏସବୁ ସରକାରୀ ସମ୍ପତ୍ତିର ସଦୁପଯୋଗ କରି ଅର୍ଥ ଉପାର୍ଜନ ନିମନ୍ତେ ଆବଶ୍ୟକ ପିପିପି ମଡେଲ ସମେତ ଯଥାର୍ଥ ଆବଶ୍ୟକ କୌଶଳ ଆପଣାଇବାକୁ ମୁଖ୍ୟ ସଚିବ କହିଛନ୍ତି।

ସେହିପରି ବିଭିନ୍ନ ସରକାରୀ ବିଭାଗ ଓ ସରକାରଙ୍କ ସଂସ୍ଥାଗୁଡ଼ିକ ପାଖରେ ବୃହତ୍ କୋଠା ଓ ସରକାରୀ ଜମି ରହିଛି ଯାହାକି ବିଶେଷ ବ୍ୟବହାରରେ ଲାଗୁନି। ଅବା ଯେଉଁଥିପାଇଁ ତାହା ନିର୍ମାଣ ଅବା ଆବଂଟିତ ହୋଇଥିଲା ସେ କାର୍ଯ୍ୟରେ ଲାଗୁନି । ସେସବୁ କୋଠା ଓ ଜମିକୁ ଚିହ୍ନଟ କରି ଯଥାର୍ଥ ପରିଚାଳନା ମଡେଲ ମାଧ୍ୟମରେ ତା’ର ବିକଳ୍ପ ଉପଯୋଗ କରିବାକୁ ମଧ୍ୟ କୁହାଯାଇଛି ।

Advertisment

ଶ୍ରୀ ଆହୁଜା ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱରରେ ଜାତୀୟସ୍ତରର ବହୁ ଅନୁଷ୍ଠାନ ସ୍ଥାପନ ପାଇଁ ଜମିର ଆବଶ୍ୟକତା ରହିଛି । ତେଣୁ ସମସ୍ତ ବିଭାଗ ଏସବୁ ଅନୁଷ୍ଠାନର ତାଲିକା ପ୍ରସ୍ତୁତ କରି ତୁରନ୍ତ ସାଧାରଣ ପ୍ରଶାସନ ବିଭାଗକୁ ପଠାଇଲେ ସେହି ଜାତୀୟ ସଂସ୍ଥାଗୁଡ଼ିକୁ ଜମି ଆବଂଟନ ପ୍ରକ୍ରିୟାକୁ ସାଧାରଣ ପ୍ରଶାସନ ବିଭାଗ ତ୍ୱରାନ୍ୱିତ କରିପାରିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।

ଏପଟେ ଆଜି ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସରକାରୀ ଜମି ଜବରଦଖଲକାରୀଙ୍କ ଉପରେ ବୁଲଡୋଜର ଚଢ଼ିବ ବୋଲି ତାଗିଦ୍ କରିଛନ୍ତି । ଯେଉଁମାନେ ସରକାରୀ ଜମିକୁ ଜବରଦଖଲ କରି ବଡ଼କୋଠା ନିର୍ମାଣ କରିଛନ୍ତି ମୋନଙ୍କ ଘର ଉପରେ ବୁଲଡୋଜର ବୁଲିବ ବୋଲି ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରାଜଧାନୀ ଭୁବନେଶ୍ୱରରେ ମୋଟ ୨୪,୯୯୦ ଏକର ଜମି ଥିବାବେଳେ ସେଥିରୁ ୪୯୬.୦୪୫ ଏକର ଜମି ଏବେ ଜବରଦଖଲରେ ରହିଛି ।

Bhubaneswar Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe