/odisha-reporter/media/post_attachments/uploadimage/library/16_9/16_9_0/Padyatra_1712718674.jpg)
Padyatra
ଆଜିଠୁ ‘ଉଠ ଓଡ଼ିଆ’ ସ୍ୱାଭିମାନ ସଂକଳ୍ପ ପଦଯାତ୍ରା। ଶ୍ରୀକ୍ଷେତ୍ର ପୁରୀରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ପଦଯାତ୍ରା ହେବ। ୧୪ ତାରିଖ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଦିନ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ।
Advertisment
ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଏବଂ ଓଡ଼ିଶାର ସୁରକ୍ଷା ଲକ୍ଷ୍ୟ ନେଇ ଏହି ବିରାଟ ପଦଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ସକାଳ ୭ଟାରୁ ସିଂହଦ୍ୱାର ସାମ୍ନାରୁ ପଦଯାତ୍ରା ଆରମ୍ଭ ହୋଇଛି। ପୁରୀ ସହର ତଥା ଓଡ଼ିଶାର ସଚେତନ ନାଗରିକ, ସମାଜ ଚିନ୍ତକ, ସାମାଜିକ କର୍ମୀ, ଛାତ୍ର ଓ ଯୁବ ପ୍ରତିନିଧି ଏବଂ ସାମ୍ବାଦିକ ବନ୍ଧୁ ମାନେ ପଦଯାତ୍ରାରେ ସାମିଲ୍ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
