Advertisment

ଯୁବ ଉଦ୍ୟୋଗୀଙ୍କ ପ୍ରୟୋଗଶାଳା ସାଜିବ ଉତ୍କଳ ବିଶ୍ୱବିଦ୍ୟାଳୟ

ନୂତନ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୩୦୦୦ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ। ଏହା ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏହାର ସୁବିଧା ପାଇପାରିବେ। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ।

BBSR

BBSR

Advertisment

ଛାତ୍ର ଅବସ୍ଥାରୁ ଉଦ୍ୟୋଗୀ ବନିବେ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ। ଦକ୍ଷ, କର୍ମଠ ଓ କୁଶଳୀ ଉଦ୍ୟୋଗୀ ସୃଷ୍ଟି ପାଇଁ ନୂତନ ଶିକ୍ଷାନୀତି-୨୦୨୪ରେ ଯେଉଁ ସମ୍ଭାବନା ସୃଷ୍ଟି ହୋଇଛି, ସେ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ। ଆଜି ବୋଷ୍ଟନ ସ୍ଥିତ ଉତ୍ତର ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଯାହା ଛାତ୍ରଦ୍ୟୋଗୀ ସୃଷ୍ଟି ହେବା ନିମନ୍ତେ ପ୍ରୋତ୍ସାହିତ କରିବ ବୋଲି ବିଶ୍ୱବିଦ୍ୟାଳୟ ଭିସି ପ୍ରଫେରସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Advertisment

ନୂତନ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୩୦୦୦ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ। ଏହା ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏହାର ସୁବିଧା ପାଇପାରିବେ। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ। ପ୍ରତି ଶିକ୍ଷାବର୍ଷରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଅଧିକ ଜ୍ଞାନ ଆହରଣ ପାଇଁ ଶୈକ୍ଷିକ ଗସ୍ତ (ଷ୍ଟଡି ଟୁର)ରେ ପଠାଯିବାକୁ ବ୍ୟବସ୍ଥା ରହିଛି। ଏହାଦ୍ୱାରା ସେମାନେ ବିଭିନ୍ନ ନୂତନ ଜ୍ଞାନକୌଶଳ ଓ ଅଭିଜ୍ଞତା ହାସଲ କରିପାରିବେ।

ଏ ସମ୍ପର୍କରେ ସୂଚନା ଦେଇ ପ୍ରଫେସର ଆଚାର୍ଯ୍ୟ କହିଛନ୍ତି, ନୂତନ ଶିକ୍ଷାନୀତି ଆଧାରରେ ବ୍ୟାବସାୟିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ଛାତ୍ରାବସ୍ଥାରୁ ପିଲାମାନେ ଦକ୍ଷତା ହାସଲ କରିପାରିବେ। ଏହା ସେମାନଙ୍କୁ ଭବିଷ୍ୟରେ ଉଦ୍ୟୋଗୀ ହେବାରେ ସହାୟକ ହେବ। ତେଣୁ ବିଶ୍ୱବିଦ୍ୟାଳୟ ଏ ଦିଗରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ସ ଭାବେ କାର୍ଯ୍ୟ କରିବାକୁ ଯାଉଥିବା ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଚ୍ଚତର ଅଭିଯାନ (ରୁଷା) ୨.୦ ପାଣ୍ଠିରୁ ଏଥିନିମନ୍ତେ ଖର୍ଚ୍ଚ କରାଯିବ।

Advertisment
Bhubaneswar Utkal University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe