Advertisment

ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା, କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼

ପୁରୀ ଜିଲ୍ଲା ପିପିଲି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଆଜି ସକାଳେ କିଛି ଲୋକ ପଶି ଭଙ୍ଗାରୁଜା କରିବା ସହିତ ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Electricity Office

Electricity Office

Advertisment

ପୁରୀ ଜିଲ୍ଲା ପିପିଲି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଆଜି ସକାଳେ କିଛି ଲୋକ ପଶି ଭଙ୍ଗାରୁଜା କରିବା ସହିତ ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି କର୍ମଚାରୀ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ, ପୂରା ପିପିଲି ଅଞ୍ଚଳରେ ବିଦ୍ୟୁତ୍ କାଟ କରିବା ସହିତ ସେମାନେ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି। 

Advertisment

ଏସଡିଓ ବିପିନି ସାହୁ କହିଛନ୍ତି, ଆଜି ସକାଳ ୧୦ଟା ୪୦ ମିନିଟ୍‌ରେ ସୁକାନ୍ତ ଭଟ୍ଟଙ୍କ ସହିତ ୧୦ରୁ ୧୫ ଜଣ ବ୍ୟକ୍ତି ଆମ ଅଫିସକୁ ଆସିଥିଲେ। ସେତେବେଳେ ଅଫିସରେ ଜେଇ କଲ୍ୟାଣ ସୁତ୍ରଧର ଓ ରାକେଶ ବେହେରା କାମ କରୁଥିଲେ। କାହିଁକି ଲାଇନ୍ ଦେଉନ କହି ସେମାନେ ଜେଇ କଲ୍ୟାଣ ସୁତ୍ରଧରଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୋଇଠା, ବିଧା, ଚାପୁଡ଼ା ମାରିଥିଲେ। 

ଅନ୍ୟପକ୍ଷରେ ଅଭିଯୁକ୍ତ ସୁକାନ୍ତ କୁମାର ଭଟ୍ଟ କହିଛନ୍ତି, ଜଣେ ଉପଭୋକ୍ତା ୬ ମାସ ହେଲାଣି ଲାଇନ୍‌ ନେବା ପାଇଁ ଟଙ୍କା ଦେଇଛନ୍ତି। ତାଙ୍କୁ ଲାଇନ୍ ଯୋଗାଇ ଦେବା ଲାଗି ଅର୍ଡର ମଧ୍ୟ ହୋଇଛି। ତାଙ୍କ ଘରକୁ ଲାଇନ୍ ଦେବା ପାଇଁ ୩୫ ମିଟର ତାର ଲାଗିବ। ବିଦୁତ୍ ବିଭାଗ କହୁଛି, ଆମକୁ ଅର୍ଡର ଅଛି ଜଣେ ଉପଭୋକ୍ତାଙ୍କୁ ୩୦ ମିଟର ତାର ଦେଇ ପାରିବୁ। କିନ୍ତୁ ସେଇ ଘରଠାରୁ ୫୦ ମିଟର ୬୦ ମିଟରରେ ଲାଇନ୍‌ ଦେଇଛନ୍ତି ବିନାଖୁଣ୍ଟରେ। ବିଦୁତ୍ ବିଭାଗର କହିବା କଥା ସେଠି ଗୋଟିଏ ଖୁଣ୍ଟ ପଡ଼ିଲେ ଲାଇନ୍ ଦେଇ ହେବ। ମୁଁ ଏ ବାବଦରେ ବୁଝିବା ପାଇଁ ବିଦୁତ୍‌ କାର୍ଯ୍ୟାଳୟକୁ ଯାଇଥିଲି। ସେଠାରେ ଜେଇଙ୍କ ସହିତ ମୋର ବଚସା ହୋଇଥିଲା। ତା’ପରେ ମୁଁ ଘରକୁ ଫେରିଥିଲି। ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ହୋଇନାହିଁ, କି ମୁଁ କାହାରିକୁ ଆକ୍ରମଣ କରିନାହିଁ। 

Advertisment

Electricity Office
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe