Advertisment

ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍: ରେଳମନ୍ତ୍ରୀ

‘ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ ନିମନ୍ତେ ରୁଟ୍ ଚାର୍ଟ ଚୂଡ଼ାନ୍ତ ହୋଇସାରିଛି ଓ ଏହା ରାଉରକେଲା, ସୁନ୍ଦରଗଡ଼, ତାଳଚେର ଓ ଅନୁଗୁଳ ଦେଇ ଚଳାଚଳ କରିବ।’

ଅଦ୍ୟତନ ହୋଇଛି
Ashwini Vaishnaw

Ashwini Vaishnaw

Advertisment

ଖୁବଶୀଘ୍ର ଓଡ଼ିଶାକୁ ଆଉ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ମିଳିବ । ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

Advertisment

ଆଜି ଭୁବନେଶ୍ୱର ରେଳଷ୍ଟେସନଠାରେ ଅତ୍ୟାଧୁନିକ ତେଜସ୍ ରେକଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ ନିମନ୍ତେ ରୁଟ୍ ଚାର୍ଟ ଚୂଡ଼ାନ୍ତ ହୋଇସାରିଛି ଓ ଏହା ରାଉରକେଲା, ସୁନ୍ଦରଗଡ଼, ତାଳଚେର ଓ ଅନୁଗୋଳ ଦେଇ ଚଳାଚଳ କରିବ । ଗତ ମେ’ ୧୮ତାରିଖରେ ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ  ଲୋକାର୍ପଣ କରିବାବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆଉ ଏକ ସେମି ହାଇସ୍ପିଡ୍ ଟ୍ରେନ ବନ୍ଦେ ଭାରତ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତିକୁ ରକ୍ଷା କରି ରେଳ ମନ୍ତ୍ରଣାଳୟ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଏହି ଟ୍ରେନ କେବେ ଚାଲିବ ସେ ସମ୍ପର୍କରେ  ଶ୍ରୀ ବୈଷ୍ଣବ ସୂଚନା ନାହାନ୍ତି। 

ଶ୍ରୀ ବୈଷ୍ଣବ ଏହି ଅବସରରେ ଶାସକ ବିଜେଡିକୁ ଖୋଲାଖୋଲି ସମାଲୋଚନା କରିବା ସହ ଟେଲିକମ୍ ନେଇ ପ୍ରେସମିଟରେ ଲୋକଙ୍କୁ ମିଛ କହି ଭୁଆଁ ବୁଲାନ୍ତୁ ନାହିଁ ବୋଲି କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ୨୦୧୪ ମସିହାରେ ଓଡ଼ିଶାରେ ମୋବାଇଲ ଫୋନ୍ ଟାୱାର ସଂଖ୍ୟା ମାତ୍ର ୭୫୬୨ ଥିଲା, ଯାହା ଏବେ ୨୬୫୧୨କୁ ପହଂଚିଛି । ସେହିଭଳି ୨୦୧୪ ମସିହାରେ ଓଡ଼ିଶାରେ ଇଂଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୧୬ଲକ୍ଷ ଥିଲା, ଯାହା ଏବେ ୨.୨୦କୋଟି ହୋଇଛି । ୨୦୧୪ରେ ୪୦ହଜାର କିମି ଅପଟିକାଲ୍ ଫାଇବର ବିଛାଯାଇଥିଲା, ମାତ୍ର ଏବେ ରାଜ୍ୟରେ ୧.୪୭ଲକ୍ଷ କିମି ଅପଟିକାଲ ଫାଇବର ବିଛା ଯାଇଛି ବୋଲି ସେ କହିଛନ୍ତି ।

Advertisment

ସୂଚନାଯୋଗ୍ୟ, ଗତ ମେ’ ୧୮ତାରିଖରୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ପୁରୀ ଓ ହାୱାଡା ମଧ୍ୟରେ ଚଳାଚଳ କରୁଛି । ପ୍ରଧାନମନ୍ତ୍ରୀ ମୋଦି ଏହାର ଲୋକାର୍ପଣ କରିଥିଲେ ।

Ashwini Vaishnaw Vande Bharat Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe