ବ୍ରହ୍ମପୁରରୁ ଟାଟାନଗର ଚାଲିବ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ

ଟାଟାନଗର-ବ୍ରହ୍ମପୁର ଓ ଟାଟାନଗର-ପାଟନା ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଜି ଏହି ଦୁଇ ମାର୍ଗ ପାଇଁ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ଟାଟାନଗରରେ ପହଂଚିଛି ।

Vande Bharat Express

  • Published: Friday, 06 September 2024
  • , Updated: 06 September 2024, 09:11 PM IST

ଓଡ଼ିଶାରେ ଆଉ ଏକ ‘ବନ୍ଦେଭାରତ ଏକ୍ସପ୍ରେସ’ ଟ୍ରେନ ମିଳିବ । ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଏହି ଟ୍ରେନ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ ଚଳାଚଳକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ଏହି ଟ୍ରେନ୍ ସହ ଓଡ଼ିଶାରେ ମୋଟ ୪ଟି ‘ବନ୍ଦେଭାରତ ଏକ୍ସପ୍ରେସ’ ଚଳାଚଳ କରିବ ।

ଟାଟାନଗର-ବ୍ରହ୍ମପୁର ଓ ଟାଟାନଗର-ପାଟନା ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଜି ଏହି ଦୁଇ ମାର୍ଗ ପାଇଁ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ଟାଟାନଗରରେ ପହଂଚିଛି । ଲୋକାର୍ପଣ ପୂର୍ବରୁ ଏହି ଦୁଇ ମାର୍ଗରେ ଟ୍ରାଏଲ ରନ୍ କରାଯିବ । ସେପ୍ଟେମ୍ବର ୮ତାରିଖରେ ଟାଟାନଗରରୁ ବ୍ରହ୍ମପୁର ମାର୍ଗରେ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ରନ୍ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଟାଟାନଗରରୁ ବ୍ରହ୍ମପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେଭାରତ  ଏକ୍ସପ୍ରେସ୍ ଟ୍ରେନ ୭ରୁ୮ଘଣ୍ଟା ମଧ୍ୟରେ ପ୍ରାୟ ୫୮୬କିମି ମାର୍ଗ ଅତିକ୍ରମ କରିବ । ଏହି ମାର୍ଗରେ ରାଜଖରସୁଆଁ, ଚୌବାସ, ଦଙ୍ଗୱାପୋଷି, ବାଂଶପାଣି, କେନ୍ଦୁଝରଗଡ଼, ହରିଚନ୍ଦ୍ରପୁର, ସୁକିନ୍ଦା ରୋଡ୍, ଝଙ୍ଖପୁରା, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଟ୍ରେନ ଅଟକିବ। ସପ୍ତାହକୁ ୬ଦିନ ଏହି ଟ୍ରେନ ଚଳାଚଳ କରିବ ବୋଲି ଜଣାପଡ଼ିଛି । ତେବେ ରେଳବାଇ ବୋର୍ଡ ପକ୍ଷରୁ ଖୁବଶୀଘ୍ର ଏହି ଟ୍ରେନର ସମୟସାରଣୀ ଜାରି କରାଯିବ ବୋଲି ସୂଚନା ମିଳିଛି ।

Related story