କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ବସନ୍ତ ପଡ଼ାରେ ନିର୍ମାଣ କରାଯାଇଥିବା ରେଡ୍ ମଡ୍ ପଣ୍ଡ ଭୁଶୁଡ଼ି ପଡ଼ିଛି। ଫଳରେ ବସନ୍ତପଡ଼ା ସମେତ ବନ୍ଧଗୁଡ଼ା, ଟୁରିଗୁଡ଼ାର ହେକ୍ଟର ହେକ୍ଟର ଚାଷ ଜମିରେ କାଦୁଅ ପାଣି ମାଡ଼ି ଯାଇଛି।
ଲାଲ ମାଟି ପାଣି ମାଡି ଯିବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କମ୍ପାନୀ ଦ୍ୱାରା ନିର୍ମାଣ ହୋଇଥିବା ଏହି ପଣ୍ଡକୁ ଠିକ ଭାବରେ ରକ୍ଷଣାବେକ୍ଷଣ କରାଯାଇ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜମିରେ ଲାଲ ମାଟି ପାଣି ମାଡ଼ି ଯିବାରୁ ଲୋକମାନଙ୍କ ଚାଷ କ୍ଷତି ହେବାରୁ ଆଶଙ୍କା ରହିଛି। ଏଥିପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ।
ତେବେ ଏନେଇ ବେଦାନ୍ତ କମ୍ପାନୀ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଆଜି ରାତି ପ୍ରାୟ ୩ଟା ସମୟରେ ରେଡ୍ ମଡ୍ ପଣ୍ଡଟି ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Miscellaneous
ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ
ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।