Advertisment

ଦ୍ୱିତୀୟ ପର୍ଯ୍ୟାୟ ସଂଗ୍ରାମ ପାଇଁ ଆହ୍ୱାନ ଦେଲା ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜୟ ପାଳନ ପାଇଁ ପୁରୀ କୋଣାର୍କ ବେଳାଭୂମି ରାସ୍ତାର ବେଲଦଳରେ ଅନୁଷ୍ଠିତ ହୋଇଥିଲା ବିଶାଳ ସମାବେଶ।

Vadanta

Vadanta

Advertisment

ପ୍ରସ୍ତାବିତ ପୁରୀ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି। ରାଜ୍ୟ ସରକାର ଯଦି ଚାଷୀଙ୍କୁ ଜମି ନ ଫେରାନ୍ତି, ତେବେ ଲମ୍ବା ଲଢ଼େଇ କରାଯିବ। ଏପରିକି ଅଦାଲତ ଅବମାନନା ମାମଲା କରାଯିବ ବୋଲି କୁହାଯାଇଛି।

Advertisment

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜୟ ପାଳନ ପାଇଁ ପୁରୀ କୋଣାର୍କ ବେଳାଭୂମି ରାସ୍ତାର ବେଲଦଳରେ ଅନୁଷ୍ଠିତ ହୋଇଥିଲା ବିଶାଳ ସମାବେଶ। ଏଥିରେ ଯୋଗ ଦେଇଥିଲେ ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ମେଧା ପାଟକର, ସମିତିର ଆବାହକ ଉମାବଲ୍ଲଭ ରଥଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ନେତା।

ସ୍ଥାନୀୟ ଚାଷୀ ଆଶା କରିଛନ୍ତି, ଖୁବ ଶୀଘ୍ର ସେମାନଙ୍କ ଜମି ଫେରସ୍ତ ହେବ। ୧୦ ହଜାର ଏକର ଜାଗାରେ ବିଶ୍ୱବିଦ୍ୟାଳୟ କରିବା ବାହାନାରେ ହଜାର ହଜାର କୋଟି ଟଙ୍କାରର ଅମୂଲ୍ୟ ସଂପଦ। ଖଣି, ପାଣି, ଜମି ଲୁଟ୍ ପାଇଁ ଏହି ଚକ୍ରାନ୍ତ ହୋଇଥିଲା ବୋଲି ସମାବେଶରେ କୁହାଯାଇଛି।

Advertisment

ତେବେ ଏନେଇ ରାଜ୍ୟ ସରକାର କିମ୍ବା ବେଦାନ୍ତ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe