Advertisment

ପରିବାରେ ହାତ ମାରି ହେଉନି, ସବୁ ୫୦ ଟପିଲା

ସବୁ ପରିବାର ଦାମ ପ୍ରାୟ ୫୦ ଟଙ୍କା ଉପରେ ରହିଛି। ବର୍ଷା କମ୍‌ ଓ ଖରା ବେଶୀ ଯୋଗୁ ଗଞ୍ଜାମ ଓ ଏହାର ଆଖପାଖ ଅଞ୍ଚଳରେ ପନିପରିବା ଉତ୍ପାଦନ କମ୍‌ ରହିଛି।

author-image
Hemant Lenka
Odisha

Odisha

ବିଭିନ୍ନ ପ୍ରକାରର ଡାଲି ଓ ଅନ୍ୟାନ୍ୟ ଜିନିଷ ପରେ ଏବେ ପରିବା ଦର ଆକାଶ ଛୁଆଁ ହୋଇଛି। ପରିବାରେ ହାତ ମାରିବାକୁ ଡରୁଛନ୍ତି ଲୋକ। ବ୍ରହ୍ମପୁରର ସବୁ ପ୍ରକାରରେ ପରିବା ଦର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସବୁ ପରିବାର ଦାମ ପ୍ରାୟ ୫୦ ଟଙ୍କା ଉପରେ ରହିଛି। ବର୍ଷା କମ୍‌ ଓ ଖରା ବେଶୀ ଯୋଗୁ ଗଞ୍ଜାମ ଓ ଏହାର ଆଖପାଖ ଅଞ୍ଚଳରେ ପନିପରିବା ଉତ୍ପାଦନ କମ୍‌ ରହିଛି। ତେଣୁ ପରିବା ଦର ହଠାତ୍‌ ବୃଦ୍ଧି ପାଇଥିବା କୁହାଯାଉଛି।

Advertisment

କେବଳ ଗଞ୍ଜାମ ନୁହେଁ, ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏବେ ପରିବାର ଦର ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। 

ଆଜି ବ୍ରହ୍ମପୁରର ବିଭିନ୍ନ ମାର୍କେଟରେ ଟମାଟୋ ଦର କେଜି ପିଛା ୫୦ ଟଙ୍କାରୁ ବଢ଼ି ୮୦ଟଙ୍କାରେ ପହଞ୍ଚି ଯାଇଛି। ବାଇଗଣ ୨୦ ଟଙ୍କାରୁ ବଢ଼ି ହଠାତ୍‌ କେଜି ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଜହ୍ନି କେଜି ପିଛା ୩୦ଟଙ୍କାରୁ ବଢ଼ି ୫୦ ଟଙ୍କା, ପୋଟଳ ୩୦ଟଙ୍କାରୁ ବଢ଼ି ୫୦ରୁ ୮୦ଟଙ୍କା, କୁନ୍ଦୁରି ୩୦ ଟଙ୍କାରୁ ବଢ଼ି କେଜି ପିଛା ୬୦ରୁ ୮୦ ଟଙ୍କା ଛୁଇଁଛି।

Advertisment

ସେହିଭଳି ଫୁଲ କୋବି ୪୦ଟଙ୍କାରୁ ବୃଦ୍ଧି ପାଇ ୭୦ରୁ ୮୦ ଟଙ୍କା, କାକୁଡ଼ି ୩୦ ଟଙ୍କାରୁ ବଢ଼ି ୫୦ଟଙ୍କା, ବନ୍ଧା କୋବି ୩୦ ଟଙ୍କାରୁ ବୃଦ୍ଧି ପାଇ ୫୦ ଟଙ୍କା, କାଙ୍କଡ ୩୦ ଟଙ୍କାରୁ ବଢ଼ି ୫୦ଟଙ୍କା, ଗାଜର ୩୦ଟଙ୍କାରୁ ବଢ଼ି ୫୦ ଟଙ୍କା ହୋଇଯାଇଛି। ହଠାତ୍ ବିଭିନ୍ନ ପରିବାର ଦାମ ବୃଦ୍ଧି ଲୋକଙ୍କ ପକେଟକୁ ବାଧିଛି।

ଦର ବୃଦ୍ଧି ଯୋଗୁ ମାକେର୍ଟ ଆସୁଥିବା ଗ୍ରାହକମାନେ ପରିବା ନେବା ବଦଳରେ କେବଳ ଚିନ୍ତା କରୁଛନ୍ତି। ଖାଉଟିମାନେ ଦରଦାମ ହ୍ରାସ କରିବାକୁ ଦାବି କରିଛନ୍ତି। ଯଦି ଦାମ ହ୍ରାସ ନ ପାଏ, ତା’ହେଲେ ଆଗାମୀ ଦିନରେ ପନିପରିବା କିଣିବା ସାଧାରଣ ଲୋକଙ୍କ ପାଇଁ ବହୁତ କଷ୍ଟକର ହୋଇପଡ଼ିବ ବୋଲି ଖାଉଟିମାନେ ମତ ରଖିଛନ୍ତି।

Odisha Vegetable Prices Vegetable Prices Hike