Advertisment

ଦିଲ୍ଲୀ ମେଟ୍ରୋରେ ପୁଣି ଅଜବ ଘଟଣା; ଯାତ୍ରୀ ଲଗାଇଲେ ବିଡି, ଭିଡିଓ ଭାଇରାଲ

ଜଣେ ବୟସ୍କ ବ୍ୟକ୍ତି ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ବିନ୍ଦାସ ଭାବେ ଟାଣୁଛନ୍ତି ବିଡି। ଏହାର ଧୂଆଁରେ ଅନ୍ୟ ଯାତ୍ରୀମାନେ ଅତିଷ୍ଠ ହୋଇ ପଡ଼ୁଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କିନ୍ତୁ କିଛି ଫରକ ପଡ଼ିବା ପରି ଲାଗୁନି।

Train

Train

Advertisment

ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ରେ ପୁଣି ଘଟିଛି ଏକ ଅଜବ ଘଟଣା। କେତେବେଳେ ଗଣ୍ଡଗୋଳ ତ କେତେବେଳେ ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ପରେ ଏବେ ଦିଲ୍ଲୀ ମେଟ୍ରୋରେ ଘଟିଛି ଆଉ ଏକ କାରନାମା। ଜଣେ ବୟସ୍କ ବ୍ୟକ୍ତି ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ବିନ୍ଦାସ ଭାବେ ଟାଣୁଛନ୍ତି ବିଡି। ଏହାର ଧୂଆଁରେ ଅନ୍ୟ ଯାତ୍ରୀମାନେ ଅତିଷ୍ଠ ହୋଇ ପଡ଼ୁଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କିନ୍ତୁ କିଛି ଫରକ ପଡ଼ିବା ପରି ଲାଗୁନି। ଏପରି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଏହି ଘଟଣାକୁ ଗୁରୁତର ସହ ନେଇ ବୟାନ ଜାରି କରିଛି। ଏଥିରେ କୁହାଯାଇଛି, ଏପରି ଆପତ୍ତିଜନକ ବ୍ୟବହାର ସମ୍ପର୍କରେ ଜାଣିବା ପାଇଁ ଆମର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଛି। ଏହାଦ୍ୱାରା ଆମର ଯାଞ୍ଚ ଚାଲିଛି। ଏହାପରେ ବି ଏପରି ଘଟଣା ନଜରକୁ ଆସିଲେ ତୁରନ୍ତ ଆମ ନଜରକୁ ଆଣନ୍ତୁ। ଏଥିରେ ମେଟ୍ରୋ ଟ୍ରେନ୍‌ରେ ଯାତ୍ରୀଙ୍କୁ ଶିଷ୍ଟାଚାର, ଭଦ୍ରାମୀ ଶିଖାଇବା ନିମନ୍ତେ ସୋଶାଲ ମିଡିଆର ବ୍ୟବହାର କରୁଛୁ।

ଦିଲ୍ଲୀ ମେଟ୍ରୋରେ ପାନ, ଗୁଟଖା ତମ୍ବାଖୁ ସେବନ ଓ ଧୂମପାନ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଜାରି କରାଯାଇଛି। ମେଟ୍ରୋ ଟ୍ରେନ୍‌ରେ ପ୍ରବେଶ ପୂର୍ବରୁ ଯାତ୍ରୀଙ୍କର ପୂରା ସ୍କ୍ରିନିଂ ହେଉଥିବା ବେଳେ କିପରି ଯାତ୍ରୀଜଣକ ବିଡି ଓ ଦିଆସିଲ ଧରି ଟ୍ରେନ୍ ଭିତରେ ପ୍ରବେଶ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଉକ୍ତ ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନ୍ୟ ଯାତ୍ରୀମାନେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

Train Delhi Metro
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe