Advertisment

ତହସିଲଦାରଙ୍କ ଘରେ ଭିଜିଲାନ୍ସ, ଲାଞ୍ଚ ମାଗିବା ପଡ଼ିଲା ମହଙ୍ଗା

ତହସିଲ ଅଫିସର ଜଣେ କର୍ମଚାରୀଙ୍କୁ ଗିରଫ ପରେ ରେଡ୍ ଚାଲିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Vigilance Raid

Vigilance Raid

ଲାଞ୍ଚ ମାଗିବା ପଡ଼ିଲା ମହଙ୍ଗା। ଭିଜିଲାନ୍ସ ଜାଲରେ ଫସିଲେ ତହସିଲଦାର। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ୍ ହୋଇଛି। ଭାପୁର ଓ ଭୁବନେଶ୍ୱର ସ୍ଥିତ ବାସଭବନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍।

Advertisment

ତହସିଲ ଅଫିସର ଜଣେ କର୍ମଚାରୀଙ୍କୁ ଗିରଫ ପରେ ରେଡ୍ ଚାଲିଛି। ବାଲି ବୋଝେଇ ଟ୍ରକକୁ ଛାଡିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତହସିଲ କର୍ମଚାରୀ ଧରାପଡ଼ିଥିଲେ। ସେ ତହସିଲଦାରଙ୍କ ନାଁ କହିବା ପରେ ଧୋବେଇ ନାୟକଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ।

ସୂଚନା ମୁତାବକ, ନୟାଗଡ ଜିଲ୍ଲା ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇ କରି ଚନ୍ଦନ ଜେନାଙ୍କ ହାଇୱା ଗାଡି ଯାଉଥିବା ବେଳେ ଏହାକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେl ଗାଡି ଛାଡିବା ପାଇଁ ତହସିଲଦାର ଗାଡିମାଲିକଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

Advertisment

ଗତ କାଲି ବିଳମ୍ବିତ ରାତିରେ ଦଲାଲ୍ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ଗାଡିମାଲିକଙ୍କ ଠାରୁ ଟଙ୍କା ନେଉଥିବାବେଳେ ନୟାଗଡ ଭିଜିଲାନ୍ସ ଟିମ୍ ପ୍ରସନ୍ନଙ୍କୁ ଧରିଥିଲା l ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ୱୀକାର କରିବାପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଘରେ ରେଡ୍‌ କରିଛି। ଚଢାଉରେ ନୟାଗଡ ଏବଂ ଭୂବନେଶ୍ୱର ଭିଜିଲାନ୍ସ ଟିମ୍ ସାମିଲ୍ ଅଛନ୍ତିl

Vigilance Raid Nayagarh Tahasildar Orissa