Advertisment

ଆଜି ଡିସଚାର୍ଜ ହେବ ‘ବିଜୟିନୀ’; ଯିବ ଶିଶୁ ଗୃହ

ଗତ ମାସେ ହେଲା ଭୀମସାରରେ ଚିକିତ୍ସାଧୀନ ରହିଥିଲା ବିଜୟିନୀ।

vijayinee

vijayinee

Advertisment

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ‘ବିଜୟିନୀ’ ଆଜି ଡିସଚାର୍ଜ ହେବ। ଡିସଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ଡିସଚାର୍ଜ ପରେ ଶିଶୁ ଗୃହକୁ ଯିବ ବିଜୟିନୀ। ଗତ ମାସେ ହେଲା ଭୀମସାରରେ ଚିକିତ୍ସାଧୀନ ରହିଥିଲା ବିଜୟିନୀ।

Advertisment

ଗତ ମାସ ୧୨ତାରିଖରେ ଲାରିପାଲି ନିକଟରେ ବୋରୱେଲରୁ ଉଦ୍ଧାର ହୋଇଥିଲା ବିଜୟିନୀ’। ଶିଶୁକନ୍ୟାଟି ଜନ୍ମ ହେବାର ପ୍ରାୟ ୫/୬ ଘଣ୍ଟା ପରେ ସେ ତାକୁ ବୋରୱେଲ୍‌ରେ ଫିଙ୍ଗି ଦେଇଥିଲା ତାର ଜନ୍ମକଲା ମା’। କଅଁଳା ଶିଶୁର କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଛି ବୋଲି ଜାଣିପାରିଥିଲେ। ଏନେଇ ଖବର ପୁଲିସକୁ ଖବର ଦେଇଥିଲେ।

ଏହା ପରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା। ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଥିଲା। ପରେ ଶିଶୁକନ୍ୟାଟିକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment
New Born Child Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe