Advertisment

ଛାତରେ ଗ୍ରହ ଓ ନକ୍ଷତ୍ର ଦେଖୁଛନ୍ତି ଗାଁ ପିଲା

ସଂଧ୍ୟା ହେଲେ ଗାଁଟି ଯାକର ପିଲା ଏଠାକୁ ଆସି ଜହ୍ନ, ତାରା ଆଦି ଦେଖୁଛନ୍ତି

Telescope

Telescope

Advertisment

ସଞ୍ଜ ନଇଁଲେ ଛାତ ଉପରେ ଜମୁଛି ଲୋକଙ୍କ ଭିଡ଼। ଛୁଆଠୁ ନେଇକି ବଡ଼ ଯାଏ ସଭିଙ୍କ ମନରେ ଗୋଟିଏ ଜିଜ୍ଞାସା ମହାକାଶ ବିଷୟରେ ଜାଣିବା। ଆମ ମହାକାଶ, ତାରା ମଣ୍ଡଳ, ଜହ୍ନ, ଗ୍ରହ ଇତ୍ୟାଦି ସଂପର୍କରେ ଜାଣିବା। ସେମାନଙ୍କୁ ଅତି ପାଖରୁ ଦେଖିବା ପାଇଁ ଏଠି ଜମୁଛି ଭିଡ଼।

Advertisment

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଳା ନୀଳଗିରି ସହରର ସାନଅତା ଅଞ୍ଚଳରେ। ସୁଜିତ ମହାନ୍ତିଙ୍କ ଘରର ଛାତ ଉପରର ଦୃଶ୍ୟ। ସୁଜିତ ପିଲାଟି ବେଳୁ ମହାକାଶ ବିଜ୍ଞାନକୁ ନେଇ ଅନେକ ଜିଜ୍ଞାସା ଥିଲା। ସଫ୍ଟୱେର ଇଂଜିନିୟର ସୁଜିତ ନିଜ ଛାତ ଉପରେ ସେ ଏକ ଟେଲିସ୍କୋପ୍ ଆଣି ବସାଇଛନ୍ତି।

ସଂଧ୍ୟା ହେଲେ ଗାଁଟି ଯାକର ପିଲା ଏଠାକୁ ଆସି ଟେଲିସ୍କୋପରେ ଜହ୍ନ, ତାରା ଆଦି ଦେଖୁଛନ୍ତି। ଏହାସହିତ ଛୋଟ ଛୋଟ ପିଲାମାନଙ୍କୁ ମହାକାଶର ବିଭିନ୍ନ ରୋଚକ ତଥ୍ୟ ବିଷୟରେ ଜ୍ଞାନ ବି ବାଣ୍ଟୁଛନ୍ତି ସୁଜିତ୍। ପିଲାଙ୍କ ଭିତରେ ମହାକାଶ ବିଜ୍ଞାନକୁ ନେଇ ଆଗ୍ରହ ସୃଷ୍ଟି କରି ପାରି ଛନ୍ତି ସୁଜିତ ମହାନ୍ତି।

Advertisment
Telescope Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe