Advertisment

ପୋଖରୀରେ ବୁଲୁଥିଲା ବଉଳା କୁମ୍ଭୀର, କାବୁ କଲେ ଗ୍ରାମବାସୀ

ପୋଖରୀରେ ବୁଲୁଛି କୁମ୍ଭୀର। ଗୋଟିଏ ପୋଖରୀରୁ ମାଛ ଖାଇ ସଫା କରିବା ପରେ ଆଉ ଏକ ପୋଖରୀକୁ ଚାଲି ଯାଉଛି। ଫଳରେ କୁମ୍ଭୀରଟି ଗାଁରେ ଆତଙ୍କ ଖେଳି ରଖିଛି।

ଅଦ୍ୟତନ ହୋଇଛି
Crocodile

Crocodile

Advertisment

ପୋଖରୀରେ ବୁଲୁଛି କୁମ୍ଭୀର। ଗୋଟିଏ ପୋଖରୀରୁ ମାଛ ଖାଇ ସଫା କରିବା ପରେ ଆଉ ଏକ ପୋଖରୀକୁ ଚାଲି ଯାଉଛି। ଫଳରେ କୁମ୍ଭୀରଟି ଗାଁରେ ଆତଙ୍କ ଖେଳି ରଖିଛି। ମାତ୍ର ବନ ବିଭାଗ ସବୁ ଜାଣି ବି ନୀରବଦ୍ରଷ୍ଟା ସାଜିଥିବାରୁ ଶେଷରେ ଗ୍ରାମବାସୀ ଜାଲ ପକାଇ କୁମ୍ଭୀରଟିକୁ କାବୁ କରିଛନ୍ତି ।  ଏପରି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗଜରାଜପୁର ଗାଁରେ ଘଟିଛି। ଏକ ୬ ଫୁଟ ଲମ୍ବର ବଉଳା କୁମ୍ଭୀରକୁ ପୋଖରୀରୁ ଧରି ଲୋକେ ବାନ୍ଧି ରଖିଛନ୍ତି l

Advertisment

ପ୍ରାୟ ମାସେ ହେବ ନିକଟସ୍ଥ କେନାଲରୁ କୁମ୍ଭୀରଟି ଉଠି ଆସି ଗାଁ ପୋଖରୀରେ ପଶି ଯାଇଥିଲା। ଗୋଟିଏ ପୋଖରୀରୁ ମାଛ ଖାଇ ଶେଷ ଦେବା ପରେ ଆଉ ଏକ ପୋଖରୀକୁ ଚାଲି ଯାଉଥିଲା। କେତେବେଳେ ଅତର୍କିତ ଆକ୍ରମଣ କରିବ ଭାବି ଗ୍ରାମବାସୀ ଭୟରେ କାଳାତିପାତ କରୁଥିଲେ।  

 ଘଟଣା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଜଣାଇଲେ । ମାତ୍ର ବିଭାଗୀୟ ଅଧିକାରୀ କିଛି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ।  ଆଜି ସକାଳୁ କୁମ୍ଭୀରଟି ପୋଖରୀରେ ଭାସୁଥିବା ବେଳେ ଗ୍ରାମବାସୀ ତାହାକୁ ଜାଲ ପକାଇ ଧରିଛନ୍ତି।  ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିନାହାନ୍ତି ।

Advertisment

ଗ୍ରାମବାସୀ କହିଛନ୍ତି, କୁମ୍ଭୀରଟି ମାସକ ତଳେ କେନାଲରୁ ଉଠି ପୋଖରୀକୁ ଚାଲି ଆସିଥିଲା। ଏନେଇ ବନ ଅଧିକାରୀଙ୍କୁ ଖବର ଦେଇଥିଲୁ। ସେମାନେ ଆସି ବୁଲି ଯାଇଥିଲେ ବି କୌଣସି ସମାଧାନ କରି ନ ଥିଲେ। ଆମ ପିଲାମାନେ ଚଳପ୍ରଚଳ କରୁଥିବାରୁ ଆମେ ସବୁବେଳେ ଭୟଭୀତ ହୋଇ ରହୁଥିଲୁ। ଆଜି କୁମ୍ଭୀରଟି ପୋଖରୀରେ ଭାସୁଥିବା ବେଳେ ଆମେମାନେ ଜାଲ ପକାଇ ତାହାକୁ ଧରି ଦେଇଛୁ। 

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe