Advertisment

ରାଜୁଆ ନଦୀରେ ବୁଲୁଛି କୁମ୍ଭୀର; ଲୋକେ ଆତଙ୍କିତ

କୁମ୍ଭୀର ଥିବା ଜାଣିବା ପରେ ଗ୍ରାମବାସୀ ନଦୀ ଯିବାକୁ ଭୟ କରୁଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Crocodile

ପୁରୀ ଜିଲ୍ଲା କଣାସ ରାଜୁଆ ନଦୀରେ କୁମ୍ଭୀର ଆତଙ୍କ। ଆଜି ସକାଳେ କୁମ୍ଭୀର ରାଜୁଆ ନଦୀରେ ବୁଲୁଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ତିରୁମଲରୁ ହଳଦିଆପଡା ଭିତରେ ଏହି କୁମ୍ଭୀରଟି ବୁଲୁଛି।

Advertisment

ବିଶେଷକରି କଣାସ ଅଞ୍ଚଳର ଗ୍ରାମବାସୀ ରାଜୁଆ ନଦୀ ଉପରେ ନିର୍ଭର କରିଥାନ୍ତି। କୁମ୍ଭୀର ଥିବା ଜାଣିବା ପରେ ଗ୍ରାମବାସୀ ନଦୀ ଯିବାକୁ ଭୟ କରୁଛନ୍ତି। କୁମ୍ଭୀରକୁ ଖୁବଶୀଘ୍ର ଧରିବା ଲାଗି ବନବିଭାଗ ନିକଟରେ ଦାବି ରଖିଛନ୍ତି ଗ୍ରାମବାସୀ।

ଜଣେ ଗ୍ରାମବାସୀ କହିଛନ୍ତି, ରାଜୁଆ ନଦୀରେ କୂମ୍ଭୀର ବୁଲୁଥିବା ଆମେ ଆଜି ସକାଳେ ଦେଖିଲୁ। କୁମ୍ଭୀରଟି କୂଳକୁ ଉଠି ଆସୁଛି। ଆମେ ଗ୍ରାମବାସୀ ରାଜୁଆ ନଦୀ ଉପରେ ନିର୍ଭର କରି ଚଳୁଛୁ। ପ୍ରତିଦିନ ଆମେ ରାଜୁଆ ନଦୀରେ ଗାଧୁଆପାଧୁଆ କରୁଛୁ। କୁମ୍ଭୀରଟି ଦୟା ନଦୀରୁ ରାଜୁଆକୁ ପଳାଇ ଆସିଥିବା ଅନୁମାନ କରାଯାଉଛି। ବନ ବିଭାଗ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଆମେ ଭୟଭୀତ ଅବସ୍ଥାରେ ଅଛୁ।

Advertisment
Puri Crocodile