Advertisment

ଯୁବତୀଙ୍କ ଫଟୋ ରଖି ନିଶାର୍ଦ୍ଧରେ ଶ୍ମଶାନରେ କରୁଥିଲେ ତନ୍ତ୍ର ସାଧନା!

ଠିକ୍‌ ସେହି ସମୟରେ ସେଇ ରାସ୍ତା ଦେଇଯାଉଥିଲେ ଗାଁର ଦୁଇ ଜଣ ଯୁବକ। ଗାଁ ଶ୍ମଶାନରେ ଚାଲିଥିବା ପୂଜାପାଠ ସେମାନେ ଦେଖିବାକୁ ପାଇଥିଲେ। ସେହି ରାତିରେ ସେମାନେ ଯାଇ ଗାଁ ଲୋକଙ୍କୁ କହିଥିଲେ। ଗାଁ ଲୋକେ ଏକଥା ଶୁଣିବା ପରେ ପ୍ରଥମେ ଭୟଭୀତ ହୋଇଯାଇଥିଲେ।

ଅଦ୍ୟତନ ହୋଇଛି
Black Magic

Black Magic

Advertisment

ନିଶାର୍ଦ୍ଧ ରାତି। ବର୍ଷା ରାଣୀର କଳା ଚାଦରରେ ଘୋଡେଇ ହୋଇଥିଲା ପୂରା ଆକାଶ। ଚାରିଆଡ଼େ ଖେଳି ଯାଇଥିଲା  ନୀରବତା। ହେଲେ କିଟ ପତଙ୍ଗଙ୍କ ଚିଂ... ଚାଂ.. ଶବ୍ଦରେ ଶୂନ୍‌ଶାନ୍‌ ରାତିରେ ଭାଙ୍ଗି ଯାଉଥିଲା ନୀରବତା। ତାହାରି ଭିତରେ ଗାଁ ଶ୍ମଶାନରେ ଚାଲିଥିଲା ତନ୍ତ୍ର ସାଧନା! ସୁନ୍ଦରୀ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ସିଦ୍ଧି ପାଇଁ ତନ୍ତ୍ର ସାଧନା କରୁଥିଲେ ତାନ୍ତ୍ରିକ। ଆଉ ତା’ପରେ...।

Advertisment

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡ ବ୍ଲକ୍‌ କେଲୁଆପଲ୍ଲି ପଞ୍ଚାୟତ କେଲୁଅପଲ୍ଲ ଗାଁ ମଶାଣୀ। ରାତି ପ୍ରାୟ ୧୨ଟା ହେବ। ଶୂନ୍‌ଶାନ୍‌ ଥିଲା ରାସ୍ତାଘାଟ। ତାହାରି ଭିତରେ ଶଙ୍କର ମହାରଣା, ପୀଙ୍କୁ ମହାରଣା, ସନ୍ତୋଷ ଗୌଡ, ଖୋର୍ଦ୍ଧାର ବାଙ୍କେଶ୍ୱର ବାବା ଓ ପୁରୀରୁ ଆସିଥିବା ତାଙ୍କର କେତେକ ଶିଷ୍ୟଙ୍କୁ ଧରି ମଶାଣୀ କରୁଥିଲେ ତନ୍ତ୍ର ସାଧନା! ସୁନ୍ଦର ସୁନ୍ଦର ଯୁବତୀ ଓ ଯୁବକଙ୍କ ଫଟୋ ରଖି ସିଦ୍ଧି ପାଇବା ପାଇଁ କରୁଥିଲେ କରୁଥିଲେ ତନ୍ତ୍ର ସାଧନା। ଖପୁରୀ, ସିନ୍ଦୂର, କେଶ, ଛୁରୀ, ନଖ, ଚିରା ଲୁଗା, ହାଡ ଆଦି ରଖି ହୋମଯଜ୍ଞ କରୁଥିଲେ। ଧୂପ ଓ ଝୁଣା ଧୂଆଁରେ ଶ୍ମଶାନ ଆଖପାଖ ସୁଗନ୍ଧମୟ ହୋଇପଡ଼ିଥିଲା।

ଠିକ୍‌ ସେହି ସମୟରେ ସେଇ ରାସ୍ତା ଦେଇଯାଉଥିଲେ ଗାଁର ଦୁଇ ଜଣ ଯୁବକ। ଗାଁ ଶ୍ମଶାନରେ ଚାଲିଥିବା ପୂଜାପାଠ ସେମାନେ ଦେଖିବାକୁ ପାଇଥିଲେ। ସେହି ରାତିରେ ସେମାନେ ଯାଇ ଗାଁ ଲୋକଙ୍କୁ କହିଥିଲେ। ଗାଁ ଲୋକେ ଏକଥା ଶୁଣିବା ପରେ ପ୍ରଥମେ ଭୟଭୀତ ହୋଇଯାଇଥିଲେ। ତା’ପରେ ଗାଁ ଲୋକମାନେ ସଙ୍ଗବଦ୍ଧ ହୋଇ ଶ୍ମଶାନକୁ ଆସିଥିଲେ। ଆଉ ତନ୍ତ୍ରମନ୍ତ୍ର କରୁଥିବା ବ୍ୟକ୍ତିମାନଙ୍କୁ ପୂଜା ସମ୍ପର୍କରେ ପଚାରିଥିଲେ। ଏଥିସହ ଶ୍ମଶାନରେ ପୂଜା ସ୍ଥାନରେ ଥିବା (ଯୁବତୀ ଓ ଯୁବକ) ଫଟୋ କିଏ ବୋଲି ଗାଁ ଲୋକମାନେ ପଚାରିଥିଲେ। ହେଲେ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ପାରିପାର୍ଶ୍ୱିକ ସ୍ଥିତି ଦେଖି ତନ୍ତ୍ରମନ୍ତ୍ର ନେଇ ଗାଁ ଲୋକଙ୍କ ମନରେ ସନ୍ଦେହ ଦୃଢ଼ିଭୁତ ହୋଇଥିଲା।

Advertisment

ଗାଁ ଲୋକେ ୫ ତାନ୍ତ୍ରିକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କ ଭିତରୁ ଜଣେ ଅନ୍ଧାର ରାତିର ସୁଯୋଗ ନେଇ ଚମ୍ପଟ ମାରିଥିଲେ। ତେବେ ୪ ଜଣଙ୍କୁ ଗାଁ ଲୋକେ କାବୁ କରି ଗୋଳନ୍ଥରା ଥାନା ଜିମା ଦେଇଥିଲେ। ପୁଲିସ୍‌ ସେମାନଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା। ପରେ ସେମାନଙ୍କଠାରୁ ଅଣ୍ଡରଟେକିଂ ଲେଖାଇ ଛାଡ଼ି ଦେଇଥିବା ଜଣାପଡ଼ିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ସେମାନେ ଶଶ୍ମାନରେ କି ପୂଜା ଚାଲିଥିଲା? ଯେଉଁମାନଙ୍କ ଫଟୋ ରଖି ପୂଜାପାଠ କରାଯାଉଥିଲା, ସେମାନେ କିଏ? ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କାହା ପାଖରେ କିଛି ଉତ୍ତର ନାହିଁ। ତେବେ ଏନେଇ ପୁଲସ୍‌ର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ-ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe