Advertisment

ପାଣି ପାଇଁ ଥାନାରେ ପହଞ୍ଚିଲେ ଶତାଧିକ ଗାଁ ଲୋକ

ଆଜି ଶତାଧିକ ପୁରୁଷ ଓ ମହିଳା ରାସ୍ତା କାମ କରୁଥିବା ଠିକାଦରଙ୍କ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବାକୁ ନିବେଦନ କରିଛନ୍ତି।

ଅଦ୍ୟତନ ହୋଇଛି
Police

Police

Advertisment

ରାସ୍ତା କାମ କରୁଥିବା ଠିକାଦାର ପାନୀୟ ଜଳ ଯୋଗାଣ ହେଉଥିବା ପାଇପ୍‌ ଭାଙ୍ଗିଦେଲା। ଯେତେ ଗୁହାରୀ କଲେ ମଧ୍ୟ ଶୁଣିଲା ନାହିଁ। ଶେଷରେ ଆଜି ଶତାଧିକ ଗାଁ ଲୋକେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ଅଞ୍ଚଳରୁ ଆସିଛି ଏପରି ଖବର।

Advertisment

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ କୁର୍ଲ୍ଲୀ ଗାଁର ରାସ୍ତା କାମ ହେଉଛି। ଏହି କାମ କରୁଥିବା ଠିକାଦାର ରାସ୍ତା ଖୋଳିବା ବେଳେ ପାନୀୟ ଜଳ ଯୋଗାଣ ପାଇପ ଗୁଡ଼ିକୁ ଭାଙ୍ଗି ଦେଇଛି। ଠିକାଦାର ନୂଆ ପଇପ୍‌ ନବିଛାଇବାରୁ ଗାଁ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ ଜିଲ୍ଲାରେ ତାତି ୪୦ ଡିଗ୍ରୀ ପାଖାପାଖି ରହୁଥିବା ବେଳେ ପିଇବା ପାଣି ନ ମିଳୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି। ଏନେଇ ଗାଁ ଲୋକେ ବହୁବାର ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ଠିକାଦାର କିଛି ଶୁଣୁନଥିବା ଅଭିଯୋଗ କରିଛନ୍ତି। ପ୍ରଶାସନ ମଧ୍ୟ ସବୁ ଜାଣି ଚୁପ୍‌ ବସିଛି।

ଆଜି ଶତାଧିକ ପୁରୁଷ ଓ ମହିଳା ରାସ୍ତା କାମ କରୁଥିବା ଠିକାଦରଙ୍କ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବାକୁ ନିବେଦନ କରିଛନ୍ତି। ସେପଟେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କିମ୍ବା ଠିକାଦାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe