Advertisment

ପେଞ୍ଚ ପୂରାଇଲେ କୁଜି ନେତା; ଲୋକେ ବୋହିନେଲେ କୁକୁଡ଼ା

କୁକୁଡ଼ା ବଣ୍ଟନରେ ହେଉଥିବା ପାତରଅନ୍ତରକୁ ଦେଖି ତାତି ଯାଇଥିଲେ ଉତ୍ତ୍ୟକ୍ତ ଲୋକ। କାଳ ବିଳମ୍ୱ ନକରି ଚଢ଼ି ଯାଇଥିଲେ କୁକୁଡ଼ା ବୋଝେଇ ଗାଡ଼ି ଉପରକୁ। ଯିଏ ଯେମିତି ପାରିଲା, କବାଟ ଖୋଲି କୁକୁଡ଼ା ବୋହି ନେଲେ। କେହି କିଛି ମାନିଲେ ନାହିଁ।

DKL

DKL

Advertisment

କୁକୁଡ଼ା ବଣ୍ଟା ଯାଉଥିବା ବେଳେ ପେଞ୍ଚ ପୂରାଇଲେ କୁଜି ନେତା। ନିଜ ସମ୍ପର୍କୀୟ ଓ ଭାଇ ଭଗାରୀଙ୍କୁ ବାଣ୍ଟୁଥିଲେ କୁକୁଡ଼ା। ଏହା ଦେଖି ତାତିଗଲା ଲୋକେ। ଯିଏ ଯେମିତି ପାରିଲା ବୋହିନେଲେ କୁକୁଡ଼ା। ଏପରି ଚିତ୍ର ଆସିଛି ଢେଙ୍କାନାଳ ଜିଲ୍ଲାରୁ।

Advertisment

କମ୍‌ ଓଜନ ଥିବା ଶିଶୁ ଓ ରକ୍ତହୀନତାରେ ଶିକାର ହୋଇଥିବା ମହିଳାଙ୍କୁ ବାଣ୍ଟିବା ପାଇଁ ପରଜଙ୍ଗ ବ୍ଲକ୍‌ ଜୟପୁରାକାଟେଣୀ ଗାଁକୁ ଆସିଥିଲା କୁକୁଡ଼ା। ICDS ରିପୋର୍ଟ ଆଧାରରେ ‘ମକ୍ସସେଲ’ ନାମକ ଏକ ସଂସ୍ଥା କୁକୁଡ଼ା ବାଣ୍ଟିବା ପାଇଁ ଆସିଥିଲା। ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ଉପସ୍ଥିତିରେ କୁକୁଡ଼ା ବଣ୍ଟା ଯାଉଥିଲା। ଜଣକା ୫ଟି ଲେଖାଏଁ କୁକୁଡ଼ା ଦିଆଯାଉଥିଲା।

କୁକୁଡ଼ା ବଣ୍ଟା ଚାଲିଥିବା ବେଳେ ରାଜ୍ୟର ଏକ ନିର୍ଦ୍ଦିଷ୍ଟ ଶକ୍ତିଶାଳୀ ରାଜନୈତିକ ଦଳର କୁଜି ନେତାମାନେ ସେଠାରେ ପହଞ୍ଚିଥିଲେ। କୁକୁଡ଼ା ବଣ୍ଟାରେ ହସ୍ତକ୍ଷେପ କରିଥିଲେ। ସେମାନେ ତାଙ୍କ ପରିଚିତ ଓ ସମ୍ପର୍କୀୟଙ୍କୁ ଜବରଦସ୍ତି କୁକୁଡ଼ା ବାଣ୍ଟି ଥିଲେ। ଯେଉଁଥିପାଇଁ ପ୍ରକୃତ ହିତାଧିକାରୀ (କମ୍‌ ଓଜନ ଥିବା ଶିଶୁ ଓ ରକ୍ତହୀନତାରେ ଶିକାର ହୋଇଥିବା ମହିଳା) କୁକୁଡ଼ା ପାଇନଥିଲା। ଯେଉଁଥିପାଇଁ ଦୀର୍ଘ ସମୟ ଧରି କୁକୁଡ଼ା ପାଇଁ ଅପେକ୍ଷା କରିଥିବା ଲୋକଙ୍କର ଧୌର୍ଯ୍ୟ ବନ୍ଧ ଭାଙ୍ଗିଥିଲା।

Advertisment

କୁକୁଡ଼ା ବଣ୍ଟନରେ ହେଉଥିବା ପାତରଅନ୍ତରକୁ ଦେଖି ତାତି ଯାଇଥିଲେ ଉତ୍ତ୍ୟକ୍ତ ଲୋକ। କାଳ ବିଳମ୍ୱ ନକରି ଚଢ଼ି ଯାଇଥିଲେ କୁକୁଡ଼ା ବୋଝେଇ ଗାଡ଼ି ଉପରକୁ। ଯିଏ ଯେମିତି ପାରିଲା, କବାଟ ଖୋଲି କୁକୁଡ଼ା ବୋହି ନେଲେ। କେହି କିଛି ମାନିଲେ ନାହିଁ। ବୃଦ୍ଧ ହୁଅନ୍ତୁ ବା ମହିଳା କିଛି ମାନିଲେ ନାହିଁ। କିଏ ଦୁଇଟା କୁକୁଡ଼ା ନେଇଗଲା ତ ଆଉ ୨ରୁ ୪ଟା ନେଇଗଲା। ଏହି ତରବରିଆ ଲୁଟ୍‌ ଭିତରେ କିଛି କୁକୁଡ଼ା ଉଡି ଯାଇଥିବା ଦେଖିବାକୁ ମିଳିଛି। ଗାଁ ଲୋକଙ୍କ ଏହି ହାଲ୍ଲାବୋଲ୍‌ ଭିତରେ କୁକୁଡ଼ା ବାଣ୍ଟିବାକୁ ଆସିଥିବା ସଂସ୍ଥାର କର୍ମଚାରୀ ପୂରା ଚୁପ୍‌ ଓ ଅସହାୟ। ସେମାନେ ଚାହିଁଲେ ମଧ୍ୟ କିଛି କରିପାରୁନଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇ ପାରିରୁନଥିଲେ।

ତେବେ କୁକୁଡ଼ା ବଣ୍ଟାରେ ହୋଇଥିବା ପାତରଅନ୍ତରକୁ ଖଣ୍ଡନ କରିଛନ୍ତି ସଂସ୍ଥାର କର୍ମଚାରୀ। ସେ କହିଛନ୍ତି, ପରଜଙ୍ଗ ICDS ରିପୋର୍ଟ ଅନୁସାରେ ଅଙ୍ଗବାଡ଼ି କର୍ମୀ ଓ ଆଶା ଦିଦିଙ୍କ କହିବା ଅନୁସାରେ କୁକୁଡ଼ା ଦିଆଯାଉଥିଲା। ହେଲେ କିଛି ବ୍ୟକ୍ତି ଜବରଦସ୍ତି କୁକୁଡ଼ା ବୋହି ନେଉଛନ୍ତି। ଆମେ ପୂରା ଅସହାୟ ବୋଲି ସେ କହିଛନ୍ତି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe