Advertisment

ନୂଆପଡ଼ାରେ ସରୁନି ବାଘ ଆତଙ୍କ: କାଲି ଗୋଟିଏ ଧରା ହେଲା, ଆଜି ଆଉ ଗୋଟେକୁ ଦେଖିଲେ ଲୋକେ

ଗତକାଲି କୋଦୋପାଲି ଗାଁରୁ ଯେଉଁ ବାଘକୁ ବନ ବିଭାଗ ଯନ୍ତା ପକାଇ ଧରିଥିଲା, ତାହା ଏକ ମଣିଷଖିଆ ବାଘ। ସେ ଦୁଇ ଜଣଙ୍କୁ ମାରିଥିବା ବେଳେ ଆଉ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Tiger

Tiger

ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦୋପାଲି ଗାଁରୁ ଗତକାଲି ରାତିରେ ଗୋଟିଏ କଲରାପତରିଆ ବାଘ ଧରାପଡ଼ିଥିବା ବେଳେ ଆଜି ଗ୍ରାମବାସୀ ନିକଟସ୍ଥ ଜଙ୍ଗଲରେ ଆଉ ଗୋଟିଏ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ପାଇଛନ୍ତି। ଫଳରେ ଗାଁ ଲୋକେ ପୁଣି ଡରି ଯାଇଛନ୍ତି। ସେମାନଙ୍କଠାରୁ ଖବର ପାଇବା ପରେ ବନ କର୍ମଚାରୀମାନେ ସେଠାକୁ ଯାଇଥିବା ଜଣାପଡ଼ିଛି।

Advertisment

ଗତକାଲି କୋଦୋପାଲି ଗାଁରୁ ଯେଉଁ ବାଘକୁ ବନ ବିଭାଗ ଯନ୍ତା ପକାଇ ଧରିଥିଲା, ତାହା ଏକ ମଣିଷଖିଆ ବାଘ। ସେ ଦୁଇ ଜଣଙ୍କୁ ମାରିଥିବା ବେଳେ ଆଉ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା।

ଏହି ବାଘଟି ଗତକାଲି ରାତିରେ କୋଦୋପାଲି ଗାଁର ଏକ ଘରର ଛାତ ଉପରେ ଚଢ଼ି ଯାଇଥିଲା। ତାକୁ ଧରିବା ପାଇଁ ବନ ବିଭାଗ ଯନ୍ତା ପକାଇଥିଲା। ରାତି ପ୍ରାୟ ୧୧ଟା ବେଳେ ବାଘଟି ଯନ୍ତାରେ ପଡ଼ିଥିଲା। ଗତକାଲି ବିଳମ୍ବିତ ରାତିରେ ବାଘକୁ ନୂଆପଡ଼ା ରେଞ୍ଜ ଅଫିସ୍‌କୁ ଅଣାଯାଇଥିଲା।

Advertisment

ଏହି କଲରାପତରିଆ ବାଘ ଗତ ୫ ଦିନ ମଧ୍ୟରେ ଦୁଇ ଜଣଙ୍କୁ ମାରିଥିବା ବେଳେ ଜଣଙ୍କୁ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ଶୁକ୍ରବାର ସିଲିଆରିବାହାରା ଗାଁର ଜଣେ ମହିଳା ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ। ଗତକାଲି ବାଘଟି ତାଙ୍କୁ ମାରି ଖାଉଥିବାର ଲୋକେ ଦେଖିଥିଲେ।

ସେହିପରି ଗତକାଲି ସନ୍ଧ୍ୟାରେ କୋଦୋପାଲି ଗାଁର ଜଣେ ୮ ବର୍ଷର ବାଳକକୁ ବାଘ ଝାମ୍ପି ନେଇଥିଲା। ତେବେ ଗ୍ରାମବାସୀ ବାଘକୁ ଦୌଡ଼ାଇ ଥିଲେ। ଏକାଧିକ ଲୋକଙ୍କୁ ଦେଖି ବାଘ ବାଳକକୁ ପକାଇ ଜଙ୍ଗଲକୁ ପଳାଇ ଯାଇଥିଲା। ବାଳକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ଗୁରୁତର ଭାବେ ଆହତ ହୋଇଛନ୍ତି।

ଏହା ପୂର୍ବରୁ ଗତ ୩୦ ତାରିଖରେ ବାଘଟି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଏକ ୮ ବର୍ଷର ନାବାଳକକୁ ମାରି ଦେଇଥିଲା ଏହି କଲରାପତରିଆ ବାଘ।

Tiger