Advertisment

ମଦୁଆ ଶିକ୍ଷକଙ୍କ ହାଇ ଭୋଲଟେଜ ଡ୍ରାମା, ସ୍କୁଲରୁ ତଡ଼ି ଦେଲେ ଗ୍ରାମବାସୀ

ଶିକ୍ଷକଜଣକ ନ ସୁଧୁରିବାରୁ ଶେଷରେ ମଦୁଆ ଶିକ୍ଷକଙ୍କୁ ସ୍କୁଲରୁ ତଡ଼ି ଦେଇଛନ୍ତି ଗ୍ରାମବାସୀ । ଏଥିସହ ଆଉ ଥରେ ବି ସ୍କୁଲ ଭିତରେ ପ୍ରବେଶ ନ କରିବାକୁ ଚେତାବନୀ ଦେଇଛନ୍ତି।

Drunk Teacher

Drunk Teacher

Advertisment

ମଦୁଆ ଶିକ୍ଷକ ସ୍କୁଲରେ କରୁଥିଲେ ହାଇ ଭୋଲଟେଜ ଡ୍ରାମା। ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ମାତାଲ ଶିକ୍ଷକ ଦେଖାଉଥିଲେ ନିଜ କାରନାମା। କେତେବେଳେ ସାର୍ଟ ଖୋଲି ଫୋପାଡ଼ୁଥିଲେ ତ କେତେବେଳେ ନନ୍‌ଷ୍ଟପ୍‌ କଥା ହୋଇ ଚାଲୁଥିଲେ। ସାର୍‌ଙ୍କ ଏପରି ରୋଲ୍‌ ଦେଖି ପିଲା ସ୍କୁଲ ଆସିବାକୁ ପଛଘୁଞ୍ଚା ଦେଉଥିବା ବେଳେ ତାତି ଯାଉଥିଲେ ଅଭିଭାବକ ।

Advertisment

ଏହାସତ୍ତ୍ୱେ ଶିକ୍ଷକଜଣକ ନ ସୁଧୁରିବାରୁ ଶେଷରେ ମଦୁଆ ଶିକ୍ଷକଙ୍କୁ ସ୍କୁଲରୁ ତଡ଼ି ଦେଇଛନ୍ତି ଗ୍ରାମବାସୀ । ଏଥିସହ ଆଉ ଥରେ ବି ସ୍କୁଲ ଭିତରେ ପ୍ରବେଶ ନ କରିବାକୁ ଚେତାବନୀ ଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ନାରୀ ଗାଁ ବାଲି ସାହି ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ମାତାଲ ଅବସ୍ଥାରେ ରହି ସ୍କୁଲରେ ଅଜବ କାଣ୍ଡ ଘଟାଉଥିବା ଶିକ୍ଷକଜଣକ ହେଲେ ପ୍ରଦିପ କୁମାର ଦାଶ ।

ପ୍ରଦୀପ କୁମାର ଦାଶ ପ୍ରାୟତଃ ସବୁଦିନ ସ୍କୁଲକୁ ନିଶାସକ୍ତ ଅବସ୍ଥାରେ ଆସୁଥିଲେ। ସ୍କୁଲରେ ପାଠ ପଢ଼ାଇବା ଦୂରର କଥା ସେ ନିଜେ ବି ହୋସ୍‌ରେ ରୁହନ୍ତି ନାହିଁ। ଏଥିଯୋଗୁ ସ୍କୁଲର ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ବେଳେ ଅତିଷ୍ଠ ହୋଇ ପଡ଼ିଥିଲେ ଅଭିଭାବକ ।

Advertisment

ଶିକ୍ଷକଜଣକ ଗତକାଲି ସବୁ ସୀମା ଲଘିଂଲେ। ଗତ କାଲି ସେ ନିଶାସକ୍ତ ହୋଇବିଦ୍ୟାଳୟ ଆସିଥିଲେ । ସ୍କୁଲରେ ପାଠ ପଢ଼ା ଚାଲିଥିବା ବେଳେ ସେ ଗର୍ଜନ କରିବା ସହ ସାର୍ଟ ଖୋଲି ମନଇଚ୍ଛା କଥା ହେବାକୁ ଲାଗିଲେ। ଫଳରେ ପିଲାମାନେ ପାଠ ପଢ଼ିବା କଷ୍ଟକର ହୋଇ ପଡ଼ିଲା।

ଖବର ପାଇ ଗାଁ ଲୋକେ ପହଞ୍ଚି ତାଙ୍କୁ ଯେତେ ବୁଝାଇଲେ ମାତ୍ର ସେ କିଛି ଶୁଣିବା ଅବସ୍ଥାରେ ନଥିଲେ l ଗ୍ରାମବାସୀ ତାଙ୍କର ଭିଡ଼ିଓ ରେକର୍ଡିଂ କରିଥିଲେ ମଧ୍ୟ ଶିକ୍ଷକଜଣକ ଏହାକୁ ଖାତିର କରିନଥିଲେ । ପରିସ୍ଥିତି ଆୟତ୍ତକୁ ନ ଆସିବାରୁ ଶିକ୍ଷକ ପ୍ରଦିପ କୁମାର ଦାଶଙ୍କୁ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ ଛାଡି ପଳାଇବାକୁ କହିଥିଲେ । ପୁର୍ନବାର ସ୍କୁଲ ନ ଆସିବାକୁ ତାଙ୍କୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏଥିସହ ତୁରନ୍ତ ତାଙ୍କୁ ସ୍କୁଲରୁ ହଟାଇବାକୁ ପ୍ରଧାନ ଶିକ୍ଷକ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଯାଇଥିବା ଗ୍ରାମବାସୀ କହିଛନ୍ତି।

Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe