Advertisment

ପ୍ରଶାସନ ଶୁଣିଲାନି, ବ୍ଲାଷ୍ଟିଂ ଅଞ୍ଚଳରେ ଗାଁ ଲୋକଙ୍କ ଆନ୍ଦୋଳନ

ପାହାଡ଼ରେ ପ୍ରତିଦିନ ବ୍ଲାଷ୍ଟିଂ ହେଉଥିବାରୁ ଗାଁ ଭିତରେ ଥିବା ଘର ଗୁଡିକରେ ଫାଟ ଦେଖାଯାଉଛି। ତା’ସହିତ ଚାଷ ଜମି ଗୁଡିକରେ ପଥରଖଣ୍ଡ ପଡୁଥିବାରୁ ଚାଷ କାମରେ ବାଧାପ୍ରାପ୍ତ ହେଉଛି। ଗାଁ ଲୋକେ ଏନେଇ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ଜଣାଇଥିଲେ।

author-image
Manoranjan Sial
Balangir

Balangir

ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଉପରବାହାଲ ପଞ୍ଚାୟତ ଉଚ୍ଛବପାଲି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁ ନିକଟରେ ବେଆଇନ୍‌ ଭାବେ ବ୍ଲାଷ୍ଟିଂକୁ ଗାଁ ଲୋକଙ୍କ ବିରୋଧ କରିଛନ୍ତି। ପ୍ରଶାସନର ଜନ ଶୁଣାଣୀରେ ଗାଁ ଲୋକେ ପଥରକ୍ଵାରୀକୁ ବିରୋଧ କରିଥିଲା। ଏହା ସତ୍ତ୍ୱେ କେମିତି ପ୍ରଶାସନ କେମିତି କ୍ଵାରୀ ପାଇଁ ଲିଜ ଦେଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ଗାଁ ଲୋକ।

Advertisment

ପାହାଡ଼ରେ ପ୍ରତିଦିନ ବ୍ଲାଷ୍ଟିଂ ହେଉଥିବାରୁ ଗାଁ ଭିତରେ ଥିବା ଘର ଗୁଡିକରେ ଫାଟ ଦେଖାଯାଉଛି। ତା’ସହିତ ଚାଷ ଜମି ଗୁଡିକରେ ପଥରଖଣ୍ଡ ପଡୁଥିବାରୁ ଚାଷ କାମରେ ବାଧାପ୍ରାପ୍ତ ହେଉଛି। ଗାଁ ଲୋକେ ଏନେଇ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ଜଣାଇଥିଲେ। ହେଲେ କୌଣସି ପଦକ୍ଷେପ ନେଲାନାହିଁ ପ୍ରଶାସନ। ଯେଉଁଥିପାଇଁ ସୋମବାର ଗାଁ ଲୋକେ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କିଛି ସୁଫଳ ମିଳିଲା ନାହିଁ।

ପ୍ରଶାସନଠାରୁ ନିରାଶ ହେବା ପରେ ଆଜି ଗାଁ ଲୋକେ ପଥରକ୍ଵାରୀ ନିକଟରେ ଆନ୍ଦୋଳନ କରିଛନ୍ତି। ଗାଁ ଲୋକଙ୍କୁ ଦେଖି ବେଆଇନ୍‌ ଭାବେ ପଥର ଚୋରି କରୁଥିବା ମାଫିଆମାନେ ଫେରାର ହୋଇଥିଲେ। କ୍ଵାରୀ ନିକଟରେ ଗାଁ ଲୋକେ ଜୋରଦାର ଆନ୍ଦୋଳନ କରୁଛନ୍ତି। ବର୍ତ୍ତମାନ ଗାଁରେ ଉତ୍ତେଜନା ଜାରୀ ରହିଛି। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରୁଛି। ଏ ନେଇ ପୁଲିସ ପ୍ରଶାସନର ମତାମତ ମିଳିପାରି ନାହିଁ।

Advertisment

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir