Advertisment

ଦିନରେ ମନ୍ତ୍ରୀ ଶିଳାନ୍ୟାସ କଲେ, ରାତିରେ ଫଳକ ଭାଙ୍ଗି ଦେଲେ ଦୁର୍ବୃତ୍ତ

ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆରେ ଏକ ଆଦିବାସୀ ଭବନ ନିର୍ମାଣ କରାଯିବ। ସେଥିପାଇଁ ମଙ୍ଗଳବାର ଏହି ଭବନର ଶିଳାନ୍ୟାସ କରିଥିଲେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି। ହେଲେ ସେହି ଶିଳାନ୍ୟାସ ଫଳକକୁ କିଏ ବିଳମ୍ୱିତ ରାତିରେ ଭାଙ୍ଗି ଦେଇଛି।

author-image
Manoranjan Sial
Baripada

Baripada

ଦିନରେ ସହ କର୍ମୀଙ୍କ ଗହଣରେ ଯାଇ ରାଜସ୍ୱ ମନ୍ତ୍ରୀ ଆଦିବାସୀ ଭବନର ଶିଳାନ୍ୟାସ କରିଥିଲେ। ଆଉ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ପ୍ରକଳ୍ପର ସମ୍ପର୍କରେ ଗୁଣଗାନ କରିଥିଲେ। ହେଲେ ରାତିରେ ସେହି ଫଳକକୁ କିଏ ଭାଙ୍ଗି ଦେଲ? ସାଧାରଣ ନିର୍ବାଚନ ପୂର୍ବରୁ ଫଳକ ଭଙ୍ଗାକୁ ନେଇ ଉଷ୍ମ ହୋଇଛି ମୟୂରଭଞ୍ଜ ରାଜନୀତି।

Advertisment

ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆରେ ଏକ ଆଦିବାସୀ ଭବନ ନିର୍ମାଣ କରାଯିବ। ସେଥିପାଇଁ ମଙ୍ଗଳବାର ଏହି ଭବନର ଶିଳାନ୍ୟାସ କରିଥିଲେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି। ହେଲେ ସେହି ଶିଳାନ୍ୟାସ ଫଳକକୁ କିଏ ବିଳମ୍ୱିତ ରାତିରେ ଭାଙ୍ଗି ଦେଇଛି। ଫଳକ କିଏ ଭାଙ୍ଗିଲା ଓ କ’ଣ ପାଇଁ ଭାଙ୍ଗିଲା, ସେ ସମ୍ପର୍କରେ କାହା ପାଖରେ କୌଣସି ସୂଚନା ନାହିଁ। ଏପରିକି ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ।

ସେପଟେ କିନ୍ତୁ ଶିଳାନ୍ୟାସ୍‌ ସ୍ଥାନରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ରଙ୍ଗାମାଟିଆ ଗାଁର ବରିଷ୍ଠ ଲୋକମାନେ ଏହି ବୈଠକରେ ଯୋଗ ଦେଇଥିଲେ। ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରଙ୍ଗାମାଟିଆ ପଞ୍ଚାୟତରେ ଆଦିବାସୀ ଭବନ ନିର୍ମାଣ ହେଉଥିବା ବେଳେ ଫଳକରେ କାହିଁକି ଦେବେନ୍ଦ୍ରପୁର ମୈଜା ନାଁ ଲେଖା ଯାଇଛି? ଏହାକୁ ନେଇ ଗାଁର ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଆଦିବାସୀ ଭବନ ଶିଳାନ୍ୟାସ ପୁର୍ବରୁ କାହିଁକି ସ୍ଥାନୀୟ ଆଦିବାସୀଙ୍କ ସହିତ ଆଲୋଚନା କରାଗଲା ନାହିଁ? ସ୍ଥାନୀୟ ନେତା ଓ ଆଦିବାସୀଙ୍କୁ ଉପେକ୍ଷା କରାଯାଇ ବାହାର ଅଞ୍ଚଳର ନେତା ଓ ଲୋକଙ୍କୁ ଆଣି ଶିଳାନ୍ୟାସ କରାଯାଇଥିବାରୁ ସ୍ଥାନୀୟ ପ୍ରତିବାଦ କରିଥିଲେ।

Advertisment

ଫଳକ ଭଙ୍ଗାଯିବାକୁ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି।
ରିପୋର୍ଟ- ବାରିପଦାରୁ ମାନିକଲାଲ୍‌ ପାଣି

Baripada