Advertisment

ଆମର କିଛି ଦରକାର ନାହିଁ, କେବଳ ପିଇବା ପାଣି ଦିଅ...

ଖଡ଼ିଆଳ ବ୍ଲକ ବର ପଞ୍ଚାୟତର ବେନ୍ଦ୍ରାବାହାଲ ଗାଁ। ଏହି ଗାଁର ପୋଢ଼ ପଡ଼ାରେ ୧୦୦ରୁ ଅଧିକ ଲୋକ ବସବାସ କରନ୍ତି। ସମସ୍ତେ ପ୍ରାୟତଃ ଚାଷବାସ ଓ ମୂଲ ମଜୁରି ଲାଗି ଚଳନ୍ତି। ପାନୀୟ ଜଳ ସମସ୍ୟା ହେଉଛି ଏହି ଗାଁର ମୁଖ୍ୟ ସମସ୍ୟା।

Water

Water

Advertisment

ଆମକୁ କିଛି ଦରକାର ନାହିଁ, କେବଳ ପିଇବା ପାଣି ଦିଅ...। ଏପରି ନିବେଦନ କରିଛନ୍ତି ନୂଆପଡ଼ା ଜିଲ୍ଲା ପୋଢ଼ ପଡ଼ାର ଲୋକମାନେ। ସୋମବାର ପଡ଼ାର ମହିଳା ଓ ପୁରୁଷମାନେ ଖଡ଼ିଆଳ ବ୍ଲକ୍‌ ଅଫିସ୍‌ ଘେରାଉ କରିବା ସହିତ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି।

Advertisment

ଖଡ଼ିଆଳ ବ୍ଲକ ବର ପଞ୍ଚାୟତର ବେନ୍ଦ୍ରାବାହାଲ ଗାଁ। ଏହି ଗାଁର ପୋଢ଼ ପଡ଼ାରେ ୧୦୦ରୁ ଅଧିକ ଲୋକ ବସବାସ କରନ୍ତି। ସମସ୍ତେ ପ୍ରାୟତଃ ଚାଷବାସ ଓ ମୂଲ ମଜୁରି ଲାଗି ଚଳନ୍ତି। ପାନୀୟ ଜଳ ସମସ୍ୟା ହେଉଛି ଏହି ଗାଁର ମୁଖ୍ୟ ସମସ୍ୟା। ଆଗରୁ ପଡ଼ାରେ ଦୁଇଟି ନଳକୂପ ଥିଲା। ଗତ ୨ ବର୍ଷ ହେଲା ସେଥିରୁ ଗୋଟିଏ ଅଚଳ ହୋଇଯାଇଛି। କହିବାକୁ ଗଲେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୨୫ ପରିବାର। ତେଣୁ ସକାଳ ହେଲେ ନଳକୂପ ପାଖରେ ଲାଗୁଛି ପ୍ରବଳ ଭିଡ଼। ପାଣି ନେବା ପାଇଁ ମହିଳାଙ୍କ ଭିତରେ ଲାଗୁଛି ପ୍ରତିଯୋଗିତା। ବେଳେ ବେଳେ ମହିଳାଙ୍କ ଭିତରେ ଠେଲାପେଲା ଓ ମାରପିଟ୍‌ ହୋଇଥିବାର ନଜିର ରହିଛି। କେବଳ ପିଇବା ପାଇଁ ଏତେ ସଂଘର୍ଷ।

ଗାଧୋଇବା ବା ଅନ୍ୟାନ୍ୟ ନିତ୍ୟ କର୍ମ ପାଇଁ ସାହି ଲୋକଙ୍କୁ ପଡ଼ୋଶୀ ଗାଁକୁ ଯିବାକୁ ପଡ଼ୁଛି। ଏଥିରେ ବେଶୀ ଅସୁବିଧାରେ ବୟସ୍କ ଓ ପିଲାମାନେ ପଡୁଛନ୍ତି। ସେମାନେ ନାନା ଅସୁବିଧାରେ ପଡ଼ୁଛନ୍ତି। ଗାଁରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟା ଦୂର ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ପାଖରେ ବାରମ୍ୱାର ଗୁହାରୀ କରିଛନ୍ତି। ହେଲେ ନିଦା ବିଷ୍ଣୁ ସାଜିଛି ପ୍ରଶାସନ। ସେହି ପଞ୍ଚାୟତର ବେନ୍ଦ୍ରାବାହାଲ ଗାଁକୁ ପାନୀୟ ଜଳ ଯୋଗାଣ ହେଉଛି। ହେଲେ ପୋଢ଼ ପଡ଼ାର ଲୋକମାନେ ଶୋଷରେ ଜୀବନ ଅତିବାହିତ କରୁଛନ୍ତି।

Advertisment

ସୋମବାର ଗାଁର ମହିଳା, ପୁରୁଷମାନେ ନିଜର ପିଲା ଛୁଆଙ୍କୁ ଖଡ଼ିଆଳ ବ୍ଳକ୍‌ ଅଫିସ୍‌କୁ ଆସିଥିଲେ। ଦୀର୍ଘ ସମୟ ଧରି ଆନ୍ଦୋଳନ କରିଥିଲେ। ପାନୀୟ ଜଳ ଯୋଗାଇଦେବା ପାଇଁ ଦାବି କରିଥିଲେ। ମାତ୍ର ବିଡିଓ ଅଫିସ୍‌ ଆସିନଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଗାଁ ଲୋକମାନେ ଫେରିଯାଇଥିଲେ। ଗାଁକୁ ଫେରିଲା ବେଳେ ଲୋକମାନେ କ୍ଷୋଭର ସହ କହିଛନ୍ତି, ଆମ ଗାଁରେ ଅନେକ ସମସ୍ୟା ରହିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଆମକୁ କିଛି ଦରକାର ନାହିଁ। କେବଳ ପାନୀୟ ଜଳ ଯୋଗାଇ ଦିଆଯାଉ ବୋଲି ଗାଁ ଲୋକେ କହିଛନ୍ତି।

Waterଗାଁ ଲୋକମାନେ ଅଭିଯୋଗ କରିବା ପାଇଁ ଯାଉଛନ୍ତି

ଗାଁର ଜଗତ ପୋଢ଼ କହିଛନ୍ତି, ଆମ ଗାଁରେ ପାନୀୟ ଜଳ ସମସ୍ୟା ରହିଛି। ଦୁଇଟି ନଳକୂପରୁ ଗୋଟିଏ ଶୁଖି ଯାଇଥିବା ବେଳେ ଅନ୍ୟଟିରୁ କମ୍‌ ପାଣି ବାହାରୁଛି। ତେଣୁ ପାଣି ଆମେ ବହୁ ଅସୁବିଧାରେ ପଡ଼ୁଛୁ। ଗତବର୍ଷ ସରପଞ୍ଚ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଥିଲେ। ସେ ଯେଉଁ ପାଣି ଯୋଗାଇଥିଲେ, ତାହା ପିଇବା ଯୋଗ୍ୟ ନଥିଲା। ତେଣୁ ଆମେ ଚାହୁଁଛୁ ଆମ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉ ବୋଲି ଶ୍ରୀ ପୋଢ଼ କହିଛନ୍ତି।

ଗାଁର ଆଉ ଜଣେ ମହିଳା କୁମାରୀ ପୋଢ଼ କହିଛନ୍ତି, ଆମ ଗାଁରେ ପାଣି ନାହିଁ। ଆମ କଥା କେହି ଶୁଣୁନାହାନ୍ତି। କେବଳ ନିର୍ବାଚନ ଆସିଲେ ନେତାମାନେ ଆସୁଛନ୍ତି ଓ ଭୋଟ୍‌ ମାଗୁଛନ୍ତି। ଭୋଟ୍‌ ସରିଗଲେ, ଆମ କଥା କେହି ଶୁଣୁନାହାନ୍ତି। ଆମର କିଛି ଦରକାର ନାହିଁ। ଆମକୁ ସପ୍ଲାଇ ପାଣି ଯୋଗାଇ ଦିଆଯାଉ ବୋଲି କୁମାର ପୋଢ଼ କହିଛନ୍ତି।

ରିପୋର୍ଟ-ଖଡ଼ିଆଳରୁ କୁନାଲ୍‌ ଚରଣ ବେହେରା

Water Problem Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe