Advertisment

BMC ସିଟି ଇଞ୍ଜିନିୟରଙ୍କ ଅଫିସ୍‌ରେ ପରିସ୍ରା କଲେ ଲୋକେ; ପ୍ରମାଣ ମାଗିଲେ ମେୟର

ପରିସ୍ରା କରିବା ଘଟଣାକୁ ବିଏମ୍‌ସି ମେୟର ଖଣ୍ଡନ କରିଛନ୍ତି। ସେ ଓଲଟା ପରିସ୍ରା କରିବାର ଭିଡିଓ ମାଗୁଛନ୍ତି। ସେମାନେ ପରିସ୍ରା କରିନାହାନ୍ତି, କେବଳ ପାଣି ଢ଼ାଳିଛନ୍ତି। ସେମାନେ ସେମିତି କୌଣସି କାମ କରିନାହାନ୍ତି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।

BMC

BMC

Advertisment

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସିଟି ଇଞ୍ଜିନିୟରଙ୍କ ଅଫିସ୍‌ରେ ପରିସ୍ରା କଲେ ଶବର ସାହି ଲୋକ! ହେଲେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ। ଏଥିସହ ପରିସ୍ରା କରିବାର ଭିଡିଓ ଅଛି କି ବୋଲି ପ୍ରମାଣ ମାଗିଛନ୍ତି ମେୟର।

Advertisment

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୱାର୍ଡ ନମ୍ୱର-୪୫ର ଶବର ସାହି ଚିତ୍ର ଭୟଙ୍କର ରହିଛି। ଡ୍ରେନ୍‌ କାମ ଅଧାରେ ପଡ଼ିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ନର୍ଦ୍ଦମା ପଣି ଘରେ ପଶୁଛି। ବର୍ଷା ହେଲେ କଥା ସରିଲା। ଘରେ ରହିହେଉନି। ବର୍ଷା ଓ ନର୍ଦ୍ଦମା ପାଣି ଘର ଭିତରେ ଲହଡି ମାରୁଛି। ଏ ନେଇ ସାହି ଲୋକେ ବାରମ୍ବାର ବିଏମ୍‌ସି ଅଫିସ୍‌ରେ ବାରମ୍ୱାର ଅଭିଯୋଗ କରିଛନ୍ତି। ହେଲେ ଆଜି କାଲି କହି ଅଧିକାରୀମାନେ ଦିନ ଗଡ଼ାଇ ଚାଲିଛନ୍ତି। ଯେଉଁଥିପାଇଁ ବର୍ଷା ଋତୁରେ ଲୋକମାନେ ନାକେଦମ୍‌ ହେଉଛନ୍ତି।

ଡ୍ରେନ୍ ସମସ୍ୟା ଶୁକ୍ରବାର ଶବର ସାହିର ଶତାଧିକ ମହିଳା ଓ ପୁରୁଷ ବିଏମ୍‌ସି ଅଫିସ୍‌ ଘେରାଉ କରିଥିଲେ। ପରେ ସିଟି ଇଞ୍ଜିନିୟରଙ୍କ ଅଫିସ୍‌ରେ ଜଣେ ପରେ ଜଣେ ପରିସ୍ରା କରିଥିଲେ।

Advertisment

ପ୍ରତିବାଦ କରିବାକୁ ଆସିଥିବା ଜଣେ ମହିଳା କହିଛନ୍ତି, ଆମେ ଘରେ ବସି ଖାଇପାରୁନୁ କି ବସି ପାରୁନୁ। ସେଥିପାଇଁ ଆମେ ମ୍ୟୁନିସିପାଟିଲି ଅଫିସ୍‌ ଘେରାଉ କଲୁ। ପରେ ପାସ୍‌ ଓ ଝାଡ଼ା ବସିଲୁ। ଯଦି ସେମାନେ ଆମ କଲେନି, ତେଣୁ ଆମେ ବାଧ୍ୟ ହୋଇ ସେମିତିକା କାମ କଲୁ ବୋଲି ମହିଳା ଜଣକ କହିଛନ୍ତି।

ସେପଟେ କର୍ପୋରେଟର ଅମରେଶ ଜେନା କହିଛନ୍ତି, ଏନେଇ ବାରମ୍ୱାର ସିଟି ଇଞ୍ଜିନିୟରଙ୍କୁ ଜଣାଇଛି। ଏହା ପରେ କ’ଣ ପାଇଁ କାମ ହୋଇପାରୁନି, ତାହା ଜାଣିପାରୁନି।

ହେଲେ ପରିସ୍ରା କରିବା ଘଟଣାକୁ ବିଏମ୍‌ସି ମେୟର ଖଣ୍ଡନ କରିଛନ୍ତି। ସେ ଓଲଟା ପରିସ୍ରା କରିବାର ଭିଡିଓ ମାଗୁଛନ୍ତି। ସେମାନେ ପରିସ୍ରା କରିନାହାନ୍ତି, କେବଳ ପାଣି ଢ଼ାଳିଛନ୍ତି। ସେମାନେ ସେମିତି କୌଣସି କାମ କରିନାହାନ୍ତି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ସେ କହିଛନ୍ତି, ୬ ମାସ ତଳେ ସେହି ସାହିକୁ ଯାଇଥିଲି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ କାମ ହୋଇପାରିନଥିଲା। ପରବର୍ତ୍ତୀ ସମୟରେ କାମ ଆରମ୍ଭ ହୋଇଥିଲା। କାମରେ ଗୋଟିଏ ବିଦ୍ୟୁତ ଖୁଣ୍ଟ ପ୍ରତିବନ୍ଧକ ସାଜିଥିଲା। ତେଣୁ ଡ୍ରେନ୍‌ କାମ ହୋଇପାରିଲା ନାହିଁ। ଏନେଇ ଆମେ TPCODLକୁ ଚିଠି ଲେଖିଥିଲୁ। TPCODL ସେହି ବିଦ୍ୟୁତ୍‌ ଖୁଣ୍ଟ ଉଠାଇ ନଥିବାରୁ କାମ ବିଳମ୍ୱ ହେଉଛି। କାମ ବିଳମ୍ୱ ହେଉଥିବା ଘଟଣାକୁ ଆମେ ସ୍ୱୀକାର କରୁଛି, କାରଣ ସବୁ କାମ ଏକା ସାଙ୍ଗରେ କରିବା ବୋଧହୁଏ ସମ୍ଭବ ନୁହେଁ। ଆମେ ଲୋକଙ୍କ ପାଇଁ ଆସିଛୁ। ଲୋକଙ୍କ ସେବା କରିବା ପାଇଁ ଆସୁଛୁ। ଆମେ କାମ କରୁଛୁ ବୋଲି ମେୟର କହିଛନ୍ତି।

Bhubaneswar BjD Bhubaneswar News Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe