Advertisment

ଏପଟେ ସମଲେଇ ପ୍ରକଳ୍ପ ଲୋକାର୍ପିତ, ସେପଟେ ବିସ୍ଥାପିତଙ୍କ ପ୍ରତିବାଦ

ପ୍ରଶାସନର ଏପରି କାର୍ଯ୍ୟକୁ ଘୁଙ୍ଗୁଟିପଡ଼ା କଲୋନୀବାସୀ ବିରୋଧ କରିଥିଲେ। ଆଜି ସକାଳେ କଲୋନୀର ମହିଳା ଓ ଛୁଆମାନେ ପ୍ରତିବାଦ କରିଥିଲେ। ଦାବି ପୂରଣ ଓ ବନ୍ଦୀଙ୍କ ମୁକ୍ତି ପାଇଁ ଦୁର୍ଗାପାଲି ଆଡ଼କୁ ମାଡି ଆସିଥିଲେ।

author-image
Manoranjan Sial
Sambalpur

Sambalpur

ମହାଆଡମ୍ୱରେ ଲୋକାର୍ପିତ ହୋଇଛି ମାଆ ସମଲେଇ ପ୍ରକଳ୍ପ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ହେଲେ ଏଥିରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ଏପଟେ ସମଲେଇ ପ୍ରକଳ୍ପ ପାଇଁ ଲୋକାର୍ପଣ ଚାଲିଥିଲା। ସେପଟେ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକମାନେ ପ୍ରତିବାଦ କରୁଥିଲେ।

Advertisment

ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇ। ମାଆଙ୍କ ଏହି ପ୍ରକଳ୍ପ ପାଇଁ ଘୁଙ୍ଗୁଟିପଡ଼ା ବିସ୍ଥାପିତ ହୋଇଛି। ସେମାନଙ୍କୁ ମନ୍ଦିରଠାରୁ ୨ରୁ ୩ କିମି ଦୂରରେ ଏକ କଲୋନୀ କରାଯାଇ ଥଇଥାନ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଯାଇନି। ଯେଉଁ କ୍ଷତିପୂରଣ ପ୍ରଦାନ କରାଯାଇଛି, ସେଥିରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ବିସ୍ଥାପିତମାନେ ଗତ ୧୫ ଦିନ ହେଲା ଧାରଣରେ ବସିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ କାର୍ଯ୍ୟ ଥିବାରୁ ଶୁକ୍ରବାର ଭୋରୁ ଭୋରୁ ଧାରଣରେ ସାମିଲ୍‌ ହେଉଥିବା ଲୋକଙ୍କୁ ଘରୁ ଉଠାଇ ନିଆଯାଇଥିଲା।

ପ୍ରଶାସନର ଏପରି କାର୍ଯ୍ୟକୁ ଘୁଙ୍ଗୁଟିପଡ଼ା କଲୋନୀବାସୀ ବିରୋଧ କରିଥିଲେ। ଆଜି ସକାଳେ କଲୋନୀର ମହିଳା ଓ ଛୁଆମାନେ ପ୍ରତିବାଦ କରିଥିଲେ। ଦାବି ପୂରଣ ଓ ବନ୍ଦୀଙ୍କ ମୁକ୍ତି ପାଇଁ ଦୁର୍ଗାପାଲି ଆଡ଼କୁ ମାଡି ଆସିଥିଲେ। ତେବେ ରାସ୍ତାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେଠାରେ ଉଭୟଙ୍କ ଭିତରେ ଦୀର୍ଘ ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ୍‌ ସେମାନଙ୍କୁ ହେପାଜତକୁ ନେଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସରିବା ପରେ ସେମାନଙ୍କୁ ଛାଡ଼ିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ

Sambalpur