Advertisment

୨ ମୁଣ୍ଡ ଗଡ଼ିବା ପରେ ଗାଁରେ ପହଞ୍ଚିଲା ମେଡ଼ିକାଲ୍‌ ଟିମ୍‌

ଦୁଇଟି ମୁଣ୍ଡ ଗଡ଼ିବା ପରେ ଆଜି ସକାଳେ ପାରାଦୀପଗଡ଼ ଗାଁରେ ପହଞ୍ଚିଥିଲା ୨ଟି ମେଡ଼ିକାଲ୍‌ ଟିମ୍‌। କୁଜଙ୍ଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରସନ୍ନ କୁମାର ପଣ୍ଡାଙ୍କ ନେତୃତ୍ଵରେ ଗୋଟିଏ ଟିମ୍‌ ଆସିଥିବା ବେଳେ ଆଉ ଗୋଟିଏ ଟିମ୍‌ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିଲେ।

Paradeep

Paradeep

Advertisment

ଝାଡ଼ାବାନ୍ତିରେ ୨ଟି ମୁଣ୍ଡ ଗଡ଼ିବା ପରେ ଆଜି ପାରାଦୀପଗଡ଼ ଗାଁରେ ପହଞ୍ଚିଛି ମେଡ଼ିକାଲ୍‌ ଟିମ୍‌। ଝାଡ଼ାବାନ୍ତିରେ ମୃତ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏପରିକି ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କୁ ମେଡିସିନ୍‌ ଖାଇବାକୁ ଦେଇଛନ୍ତି। ସେପରେ ଗାଁରେ ଦେଖାଦେଇଥିବା ପରିମଳ ବ୍ୟବସ୍ଥା ସଜାଡ଼ିବା ଦାବିରେ ଗାଁ ଲୋକ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି।

Advertisment

ଦୁଇଟି ମୁଣ୍ଡ ଗଡ଼ିବା ପରେ ଆଜି ସକାଳେ ପାରାଦୀପଗଡ଼ ଗାଁରେ ପହଞ୍ଚିଥିଲା ୨ଟି ମେଡ଼ିକାଲ୍‌ ଟିମ୍‌। କୁଜଙ୍ଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରସନ୍ନ କୁମାର ପଣ୍ଡାଙ୍କ ନେତୃତ୍ଵରେ ଗୋଟିଏ ଟିମ୍‌ ଆସିଥିବା ବେଳେ ଆଉ ଗୋଟିଏ ଟିମ୍‌ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିଲେ। ଏହି ଟିମ୍‌ ଝାଡ଼ାବାନ୍ତିରେ ମୃତ ଦ୍ୱିଜବର ରାଉତ ଓ ବିପିନ ରାଉତଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଏଥିସହ ପାଣି ନମୁନା ସଂଗ୍ରହ କରିଛନ୍ତି। ହାଲୋଜେନ୍‌ ବଟିକା ଖାଇବାକୁ ଦେଇଛନ୍ତି।

ଡାକ୍ତର ପ୍ରସନ୍ନ କୁମାର ପଣ୍ଡାଙ୍କ କହିବା ଅନୁସାରେ ପରିସ୍ଥିତି ଉପରେ ୨୪ ଘଣ୍ଟା ନଜର ରଖାଯାଇଛି। ମୃତକ ପରିବାରର ସମସ୍ତଙ୍କୁ କଣ୍ଟାକ୍ଟ ଡୋଜ୍ ଦିଆଯାଇଛି। ରାସ୍ତା ଉପରେ ଜମି ରହିଥିବା ଡ୍ରେନ୍‌ ପାଣି ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି। ଡାଇରିଆରେ ପଡିଥିବା ମୃତକଙ୍କ ଝିଅଙ୍କ ଚିକିତ୍ସା କୁଜଙ୍ଗ ହସ୍ପିଟାଲରେ ଚାଲିଥିବା ଡାକ୍ତର ପଣ୍ଡା କହିଛନ୍ତି।

Advertisment

ଗାଁକୁ ମେଡ଼ିକାଲ୍‌ ଟିମ୍‌ ଆସିଥିବା ଖବର ପ୍ରକାଶ ପାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରେ ଜମି ରହିଥିବା ନର୍ଦ୍ଦମା ପାଣି ନିଷ୍କାସନ୍‌, ଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ରାସ୍ତାରେ ବାଉଁଶ ବାନ୍ଧି ପ୍ରତିବାଦ କରିଛନ୍ତି। ମେଡ଼ିକାଲ୍‌ ଏ ସମ୍ପର୍କରେ ଜାଣିପାରି ଗାଁ ଅପର ପାର୍ଶ୍ୱ ଦେଇ ପଳାଇଯାଇଥିଲେ।

ସୂଚନାରୁ ପ୍ରକାଶ, ପାରାଦୀପଗଡ଼ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି। ଗାଁର ଦ୍ୱିଜବର ରାଉତଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁତୁରା ବିପିନ ରାଉତଙ୍କର ଶନିବାର ରାତିରେ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବର୍ତ୍ତମାନ ବିପିନଙ୍କ ୩ ଝିଅ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। ଏହାଛଡ଼ା ଗାଁର ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ମେଡ଼ିକାଲ୍‌ ଟିମ୍‌। ଆଜି ଗାଁରେ ମେଡ଼ିକାଲ୍‌ ଟିମ୍‌ ପହଞ୍ଚି ନମୂନାର ସଂଗ୍ରହ କରିଛି।

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

Paradeep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe