Advertisment

ସାତ ସପନ ପାଲଟିଛି ବିକାଶ; ଭୋଟ ବର୍ଜନ କରିବେ ଗ୍ରାମବାସୀ

ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।

author-image
Manoj Swain
ଅଦ୍ୟତନ ହୋଇଛି
Villages boycott elections

Villages boycott elections

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ସମୂହ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ନଛିପୁରା ଗ୍ରାମ ପଞ୍ଚାୟତରେ। 

Advertisment

ଏହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖରଡ଼ା ବନ୍ଦୀ ଗ୍ରାମର ୩ ଗୋଟି ୱାର୍ଡରେ ପାନୀୟ ଜଳ, ରାସ୍ତା, ଭତ୍ତା, ଆବାସ, ଆଲୋକି କରଣ, ଆଦି ସରକାରଙ୍କ ବିଭିନ୍ନ ମୌଳିକ ସୁବିଧା ପହଞ୍ଚି ପାରୁ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୱାର୍ଡବାସୀ। ଏହି ପଞ୍ଚାୟତରୁ ନିର୍ବାଚିତ ହୋଇଛନ୍ତି ଦାନଗଦି ବ୍ଲକ ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ଦାସ। ଦୀପ ତଳ ଅନ୍ଧାର ଭଳି ଖଣି ଖାଦାନ, ଶିଳ୍ପ ସମୃଦ୍ଧ, ଭରା ରତ୍ନଗର୍ଭା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଏହି ନଛିପୁରା ପଞ୍ଚାୟତବାସୀଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ଯେମିତି ସାତ ସପନ ପାଲଟିଛି।

ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।

Advertisment

ଏହି ସମସ୍ୟା ବିଷୟରେ ଗ୍ରାମବାସୀ ବ୍ଲକ ଅଧକ୍ଷା ଓ ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ବ୍ଲକ ଅଧକ୍ଷା କହିଛନ୍ତି ମୋ ପାଖକୁ କୌଣସି ଅଭିଯୋଗ ଆସିନାହିଁ। କିନ୍ତୁ ଗାଁ ପାଖରେ କେନାଲ ଯାଇଥିବାରୁ ଜଳସ୍ତର କମୁଛି। ସମସ୍ତ ଅଭିଯୋଗ ମୁଁ ଜାଣିଲେ ଏହାର ସମାଧାନ ପାଇଁ ପଦକ୍ଷେପ ନେବି। ଏ ବିଷୟରେ ଆମେ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ତେବ ନିର୍ବାଚନ ପୂର୍ବରୁ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Odisha Jajpur