Advertisment

ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଫୁ’: ବୀରବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକର ଅତିରିକ୍ତ ଦାୟିତ୍ୱ

ଆଜି ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ଯାଦବ ନିଜର ଦାୟିତ୍ୱ ସହ ଅତିରିକ୍ତ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇବେ।

puri temple

puri temple

Advertisment

ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ୧୯୯୬ ବ୍ୟାଚ୍ ଆଇଏଏସ୍ ବୀରବିକ୍ରମ ଯାଦବଙ୍କୁ ନିଯୁକ୍ତି ମିଳିଛି । ଗତ ୩ଦିନ ପୂର୍ବରୁ ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଇନଚାର୍ଜ ମୁଖ୍ୟ ପ୍ରଶାସକଙ୍କଠୁ ଏହି ଦାୟିତ୍ୱ କାଢ଼ି ନେଇଥିଲେ । ଶ୍ରୀମନ୍ଦିର ପ୍ରଶାସନରେ ଜଣେ ଫୁଲଟାଇମ୍ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦେବା ନିମନ୍ତେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିଲେ ମଧ୍ୟ ସରକାର ପୁଣିଥରେ ଜଣେ ଆଇଏଏସ ଅଫିସରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅସ୍ଥାୟୀ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।

Advertisment

ଆଜି ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ଯାଦବ ନିଜର ଦାୟିତ୍ୱ ସହ ଅତିରିକ୍ତ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇବେ । ଶ୍ରୀ ଯାଦବ ଏବେ ପୂର୍ତ୍ତ  ବିଭାଗ ସମେତ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ଶ୍ରୀ ଯାଦବଙ୍କୁ ରାଜ୍ୟ ସରକାର ୨୦୨୨ ଏପ୍ରିଲ ମାସରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରାଇଥିଲେ । ମାତ୍ର ସୁପ୍ରିମକୋର୍ଟଙ୍କ ତାଗିଦ୍ ଯୋଗୁ ୨୦୦୭ ବ୍ୟାଚ୍ ଆଇଏଏସ୍ ରଞ୍ଜନ ଦାସଙ୍କୁ ୨୦୨୩ ଏପ୍ରିଲ ମାସରେ ଶ୍ରୀମନ୍ଦିର ପ୍ରଶାସନର ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରାଇଥିଲେ । ଗତ ଜାନୁୟାରୀ ମାସରେ ଶ୍ରୀ ଦାସଙ୍କୁ ଏହି ପଦବୀରୁ ହଟାଇ ଦେଇଥିଲେ । ଆଉ ତତକାଳୀନ ପୁରୀ ଜିଲ୍ଲାପାଳଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଇନଚାର୍ଜ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନ୍ୟସ୍ତ କରିଥିଲେ । କିନ୍ତୁ ନିର୍ବାଚନ ଆଚରଣ ବିଧି ଯୋଗୁ ଶ୍ରୀ ବର୍ମାଙ୍କୁ ଏବେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
Vir Vikram Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe