Advertisment

ନୂଆବର୍ଷରୁ ନୂଆ ନିୟମ; AC ଟନେଲରେ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ

ମରଚିକୋଟ ଛକରୁ ହେବ ନୋ’ ଭେଇକିଲ୍ ଜୋନ୍। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ। ଆମ୍ବୁଲାନ୍ସ ଯିବ ଗ୍ରୀନ୍ କରିଡରରେ। ନୂଆ ଦର୍ଶନ ବ୍ୟବସ୍ଥା ସଂପର୍କରେ ଭକ୍ତଙ୍କଠାରୁ ଫିଡବ୍ୟାକ୍ ନିଆଯିବ।

undefined

Jagannath Temple

Advertisment

ନୂଆବର୍ଷରୁ ନୂଆ ଢାଞ୍ଚା। ହଟିଯିବ ପୁରୁଣା ବ୍ୟାରିକେଡ୍‌। ଏସି ଟନେଲରେ ରହିବ ସେଡ୍। ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେବାକୁ ଯାଉଛି ସଂପୂର୍ଣ୍ଣ ନୂଆ ଦର୍ଶନ ପ୍ରଣାଳୀ। ବ୍ୟବସ୍ଥା ଅନୁଯାୟୀ, ବଡ଼ଦାଣ୍ଡ ଦେଇ ଆସୁଥିବା ଭକ୍ତ ମରିଚିକୋଟ୍‌ ଛକରୁ ସିଧା ଶୀତତାପ ନିୟନ୍ତ୍ରିତ ଟନେଲ ବ୍ୟାରିକେଡରେ ପ୍ରବେଶ କରିବେ। ସେଠୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଦେଇ ନବନିର୍ମିତ ସେଡ୍‌ରେ ସିଂହଦ୍ୱାର ଯାଏଁ ଯିବେ। ଯଦି ସେତେବେଳେ ଠାକୁରଙ୍କ ନୀତିକାନ୍ତି ଚାଲୁଥିବ, ତାହାଲେ ଭକ୍ତମାନେ ବ୍ୟାରିକେଡ ଭିତରେ ରହିବେ। ସେହି ସମୟରେ ଯେପରି କୌଣସି ପ୍ରକାର ଅସୁବିଧାରେ ନହେବ, ସେଥିପାଇଁ ହୋଇଛି ପର୍ଯ୍ୟାପ୍ତ ବ୍ୟବସ୍ଥା। ଟନେଲ୍‌ ଭିତରେ ଏସି ଲାଗିଛି। ଅସ୍ଥାୟୀ ଟୟଲେଟ ଓ ପିଇବା ପାଣିର ସୁବିଧା କରାଯାଉଛି। ତା’ସହ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ବ୍ୟାରିକେଡ ସଲଗ୍ନ ସିଟିଂ ବ୍ୟବସ୍ଥା ମଧ୍ୟ ହୋଇଛି। ଟନେଲ ଭିତରେ ମୋଟ୍ ୬ଟି ରୋ ଅଛି। ଯେଉଁଥିରେ ସାଢ଼େ ୩ ହଜାରରୁ ୪ ହଜାର ଭକ୍ତ ରହି ପାରିବେ।

Advertisment

ଗୋଟିଏ ପଟେ ସିଂହଦ୍ୱାର ସାମ୍ନାରେ ଭକ୍ତଙ୍କୁ ବ୍ୟାରିକେଡ୍ କଷ୍ଟରୁ ମୁକ୍ତି ଦେବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା ହେଉଛି। ହେଲେ ଶ୍ରୀମନ୍ଦିର ଭିତରେ କିନ୍ତୁ ଠେଲାପେଲା ଓ ଅଣନିଶ୍ୱାସୀ ସ୍ଥିତିର ସୁଧାର ପାଇଁ କାହାରି ନିଘା ନାହିଁ। ସାତ ପାହାଚରୁ ଭିତରକାଠ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କାଳିଆ ଦର୍ଶନ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହେଉଛି। ଛୋଟପିଲା, ବୟସ୍କ ଓ ମହିଳାଙ୍କୁ ଶ୍ରୀମୁଖ ଦର୍ଶନ ଲାଗି ଯେମିତି ଯୁଦ୍ଧ କରିବାକୁ ପଡୁଛି। ତେଣୁ ମନ୍ଦିର ଭିତରେ ମଧ୍ୟ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ଉଭୟ ଭକ୍ତ ଓ ସେବାୟତ।

ଶ୍ରୀମନ୍ଦିର ସାଙ୍ଗକୁ ଶ୍ରୀକ୍ଷେତ୍ର। ନୂଆବର୍ଷରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସଜାଗ ହୋଇଛି ପୁରୀ ପୁଲିସ୍। ଏସପିଙ୍କ ସୂଚନା ଅନୁସାରେ, ଶ୍ରୀମନ୍ଦିର ଭିତର ପାଇଁ ୭ ଓ ବାହାର ପାଇଁ ୯ଟି ସେକ୍ଟରରେ ସୁରକ୍ଷା ବ୍ୟବସ୍ଥା ବଣ୍ଟା ଯାଇଛି। ମରଚିକୋଟ ଛକରୁ ହେବ ନୋ’ ଭେଇକିଲ୍ ଜୋନ୍। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ। ଆମ୍ବୁଲାନ୍ସ ଯିବ ଗ୍ରୀନ୍ କରିଡରରେ। ନୂଆ ଦର୍ଶନ ବ୍ୟବସ୍ଥା ସଂପର୍କରେ ଭକ୍ତଙ୍କଠାରୁ ଫିଡବ୍ୟାକ୍ ନିଆଯିବ। ସମୁଦ୍ର କୂଳରେ ଟ୍ରାଫିକ୍ ଜାମ୍ ଓ ଅପରାଧ ରୋକିବାକୁ ନନଷ୍ଟପ୍ ପାଟ୍ରୋଲିଂ ସହ ୩ଟି ଫାଣ୍ଡି କରାଯିବ।

Advertisment
Sri Jagannath Lord Jagannath Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe