Advertisment

ପୁରୀରୁ କୋଣାର୍କ ଗଡ଼ିବ ଭିଷ୍ଟାଡୋମ୍‌ ଟ୍ରେନ୍‌

ପୁରୀରୁ କୋଣାର୍କ ରୁଟ୍‌ରେ ୩ରୁ ୪ଟି ସ୍ଥାନରେ ସ୍ପେଶାଲ୍‌ ପର୍ଯ୍ୟଟନ ହେରିଟେଜ୍‌ ହବ୍‌ ନିର୍ମାଣ କରାଯିବ। ସେଥିରେ ଲୋକାମାନେ ଆସି ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶିତ କରିପାରିବେ।

Vistadome Train

Vistadome Train

Advertisment

ଶ୍ରୀକ୍ଷେତ୍ରରୁ ଅର୍କକ୍ଷେତ୍ରକୁ ଗଡ଼ିବ ଟ୍ରେନ୍‌। ସେଥିପାଇଁ ନୂଆ ରେଳ ଲାଇନ୍‌ ନିର୍ମାଣ କରିବ। ସେହି ଟ୍ରାକ୍‌ରେ ଭିଷ୍ଟାଡୋମ୍‌ ଟ୍ରେନ୍‌ ଚାଲିବାର ବ୍ୟବସ୍ଥା କରାଯିବ। ଯାହାଫଳରେ ପର୍ଯ୍ୟଟକମାନେ ଟ୍ରେନ୍‌ ଭିତରୁ ବାହାର ସବୁ ଦୃଶ୍ୟ ଦେଖିପାରିବେ। ଆଜି ଏନେଇ ସୂଚନା ଦେଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ଗଣମାଧ୍ୟମକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପୁରୀରୁ କୋଣାର୍କ ନୂଆ ରେଲୱେ ଲାଇନ୍‌ ନିର୍ମାଣ ହେବ। ଏହି ରେଳ ଲାଇନ୍‌କୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏଥିପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଛି। ୩୨ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ ହେବ। ଏହି ଟ୍ରାକ୍‌ରେ ଭିଷ୍ଟାଡୋମ୍‌ ଟ୍ରେନ୍‌ ଚଲିବ। ଭିଷ୍ଟାଡୋମ୍‌ ଟ୍ରେନ୍‌ ବଗିର ଦୁଇ ପାର୍ଶ୍ୱ ଓ ଉପର ଛାତ କାଚରେ ତିଆରି। ସେହି ଟ୍ରେନ୍‌ରେ ପର୍ଯ୍ୟଟକମାନେ ଯାତ୍ରା କଲେ ପ୍ରାକୃତିକ ସୌନ୍ଦ୍ୟର୍ଯ୍ୟକୁ ପୂରାପୂରି ଉପଭୋଗ କରିପାରିବେ। ତାହା ସହିତ ଟ୍ରେନ୍‌ ଭିତରେ ଜଗନ୍ନାଥଙ୍କ ସଂସ୍କୃତି ସମ୍ପର୍କରେ ଲୋକମାନଙ୍କୁ ତଥ୍ୟ ଦିଆଯିବ। ଏହି ପ୍ରକଳ୍ପ ପାଇଁ ୨୧୫ ହେକ୍ଟର ଜମିର ଆବଶ୍ୟକତା ପଡ଼ିବ। ରାଜ୍ୟ ସରକାର ସହଯୋଗ କଲେ ଜମି ଅଧିଗ୍ରହଣ ଆରମ୍ଭ କରାଯିବ। ତା’ପରେ କାମ ଆରମ୍ଭ କରାଯିବ। ଏଥିପାଇଁ ଟଙ୍କା ଅଛି, ଡିଜାଇନ୍‌ ପାଖାପାଖି ସରି ଆସିଲାଣି ବୋଲି ରେଳ ମନ୍ତ୍ରୀ କହିଛନ୍ତି।

ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ପୁରୀରୁ କୋଣାର୍କ ରୁଟ୍‌ରେ ୩ରୁ ୪ଟି ସ୍ଥାନରେ ସ୍ପେଶାଲ୍‌ ପର୍ଯ୍ୟଟନ ହେରିଟେଜ୍‌ ହବ୍‌ ନିର୍ମାଣ କରାଯିବ। ସେଥିରେ ଲୋକାମାନେ ଆସି ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶିତ କରିପାରିବେ। ତାହା ପାଇଁ ଜାଗା ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଗତ ୧୦ବର୍ଷ ଭିତରେ ପାଖାପାଖି ୧୦ ହଜାର କୋଟି ଟଙ୍କାରେ ୪୦୯ଟି ରେଲୱେ ଓଭର ବ୍ରିଜ୍‌ ଓ ଅଣ୍ଡର ପାସ୍‌ ନିର୍ମାଣ ହୋଇଛି। ଏବେ ୨୨୦ ରେଲୱେ ଓଭର ବ୍ରିଜ୍‌ ଓ ଅଣ୍ଡର ପାସ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ସବୁ କାମ ଶୀଘ୍ର ସରୁ ବୋଲି ମହାପ୍ରଭୁଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି।

Railway Minister Konark Railway Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe