'ସଂପୂର୍ଣ୍ଣ ବେଆଇନ ଥିଲା ଭି.କେ ପାଣ୍ଡିଆନଙ୍କ 5T ନିଯୁକ୍ତି'

ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛନ୍ତି ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଓ ପ୍ରକାଶ ଦାଶ ।

ସୂଚନା ଅଧିକାରୀ କର୍ମୀ

  • Published: Sunday, 20 October 2024
  • , Updated: 20 October 2024, 05:41 PM IST

ସଂପୂର୍ଣ୍ଣ ବେଆଇନ ଥିଲା ଫାଇଭ୍-ଟି ସଚିବ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଭି.କେ. ପାଣ୍ଡିଆନଙ୍କ ନିଯୁକ୍ତି । ବିଗତ ବିଜେଡି ସରକାରରେ ସେଭଳି କୌଣସି ବିଭାଗ ନଥିଲା କି ତାଙ୍କର କୌଣସି ଅଫିସ୍ ବି ନଥିଲା । ସୂଚନା ଅଧିକାର ବଳରେ ଏଭଳି ତଥ୍ୟ ମିଳିବା ପରେ, ପାଣ୍ଡିଆନ ପାଇଥିବା ସମସ୍ତ ଦରମା ଓ ଭତ୍ତା ସହ ଆନୁସଙ୍ଗିକ ଖର୍ଚ୍ଚ ତାଙ୍କ ଠାରୁ ଆଦାୟ କରିବାକୁ ଉଠିଲା ଦାବି ।

ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛନ୍ତି ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଓ ପ୍ରକାଶ ଦାଶ । ପାଣ୍ଡିଆନ ରାଜ୍ୟ ସାରା ବୁଲି ବିଭିନ୍ନ ଯୋଜନା ଘୋଷଣା କରିବା ଏବଂ ସମସ୍ତ ବିଭାଗର ସମୀକ୍ଷା କରିବାକୁ ନେଇ ଓସା ପ୍ରଶ୍ନ ଉଠାଇବା ସହିତ, ବର୍ତ୍ତମାନର ସରକାର ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ତେବେ ଏନେଇ ଭି.କେ ପାଣ୍ଡିଆନ କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Related story