Advertisment

VL SRSAM କ୍ଷେପଣାସ୍ତ୍ରର ହେଲା ପରୀକ୍ଷଣ; ୮୦ କିମି ଦୂରରୁ ଲକ୍ଷ୍ୟ ଭେଦିବ

ଭୂପୃଷ୍ଟରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଉଥିବା VL SRSAM କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ଏହି ମିଶାଇଲ ୮୦ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ କରିପାରିବ । ଆଜି ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରେ ଏହି ପରୀକ୍ଷା ହୋଇଛି।

author-image
Niharika Rout
Balasore

Balasore

ଆଜି ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ମିଶାଇଲ ପରୀକ୍ଷଣ ହୋଇଛି। ଭୂପୃଷ୍ଟରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଉଥିବା VL SRSAM କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି । ଏହି ମିଶାଇଲ ୮୦ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ କରିପାରିବ । ଆଜି ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରେ ଏହି ପରୀକ୍ଷା ହୋଇଛି।

Advertisment

କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜୟଦେବ କସବା ପାହି ଓ ସାହାଜନଗର ପାହିରୁ ୧୦୯୩ ଜଣ, ଭୀମପୁର ପାହି ଓ ତୁଣ୍ଡରା ପାହିରୁ ୮୯୫ ଜଣ, ଖଡୁପାହି ଓ କୁସୁମୁଳୀରୁ ୧୧୧୨ ଜଣ ସମୁଦାୟ ୩୧୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଏହି ୬ଟି ଗାଁର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକରେ ରଖାଯାଉଛି। ସ୍ଥାନାନ୍ତରିତ ପାଇଁ ୧୦୦ରୁ ଉର୍ଦ୍ଧ୍ୱ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ପୁଲିସ ପ୍ରଶାସନ ପକ୍ଷରୁ ୧୫ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରହିବାକୁ ଲୋକଙ୍କୁ କୁହାଯାଇଛି। ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।

Advertisment

ଗତକାଲି ଅପରାହ୍ନ ୩ଟା୧୯ରେ ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ପ୍ରଥମ ମିଶାଇଲ ପରୀକ୍ଷଣ ହୋଇଥିଲା। ଏଥିନିମନ୍ତେ କ୍ଷେପଣାସ୍ତ୍ର ଘାଟି ନିକଟବର୍ତ୍ତୀ ସମସ୍ତ ୬ଟି ଗାଁର ୩୧ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସନ୍ଧ୍ୟା ପରେ ସେମାନେ ଘରକୁ ଫେରି ଯାଇଥିବା ବେଳେ ଆଜି ସକାଳେ ପୁଣି ଥରେ ପ୍ରଶାସନ ପକ୍ଷରୁ ତାଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା।

Balasore