Advertisment

ମତଦାନ ବିଳମ୍ବ ନେଇ ଉତ୍ତେଜନା; ପ୍ରିଜାଇଡିଂ ଅଫିସର ଅସୁସ୍ଥ

ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Vote

Vote

୫ ଲୋକସଭା ଆସନ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି ଦେଖାଯିବା ଯୋଗୁ ମତଦାନ ବିଳମ୍ବ ହୋଇଛି। ଏହିକ୍ରମରେ ସୁନ୍ଦରଗଡ଼ ପୌରାଞ୍ଚଳରେ ୨୧୧ନମ୍ବର ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ମତଦାନ ବିଳମ୍ବ ହୋଇଥିଲ।

Advertisment

ଏହାକୁ ନେଇ ସ୍ଥାନୀୟ ଲୋକେ ହୋହଲ୍ଲା କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ‌ଏହାକୁ ଦେଖି ଜଣେ ମହିଳା ପ୍ରିଜାଇଡିଂ ଅଫିସର ଭୟଭୀତ ହୋଇପଡ଼ିଥିଲେ। ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି। ଝାରସୁଗୁଡ଼ାରେ ସର୍ବାଧିକ ୯.୮୬% ଭୋଟିଂ ହୋଇଛି। ବଲାଙ୍ଗିରରେ ସର୍ବନିମ୍ନ ୪.୯୬% ମତଦାନ ହୋଇଛି।

Advertisment
Sudargarh 2024 General Election Loksabha Election 2024 Odisha Assembly Election 2024