Advertisment

ଭୁବନେଶ୍ୱରରେ ୱାକଫ୍ ବୋର୍ଡ ସଂସଦୀୟ ଯୁଗ୍ମ କମିଟି ବୈଠକ

ସଂସଦୀୟ ଯୁଗ୍ମ କମିଟି ବୈଠକରେ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ରଖିଲେ ମତ। କେନ୍ଦ୍ର ସରକାରଙ୍କ ପାଖରେ ରିପୋର୍ଟ ଦାଖଲ କରିବ ଜେପିସି।

author-image
Debadatta Aryashrestha
Waqf Board JPC Meeting

Waqf Board JPC Meeting

ଭୁବନେଶ୍ୱରରେ ୱାକଫ୍ ବୋର୍ଡ ସଂସଦୀୟ ଯୁଗ୍ମ କମିଟି ବୈଠକରେ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ସେମାନଙ୍କ ମତ ରଖିଛନ୍ତି। ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିର ସଦସ୍ୟ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସଂଖ୍ୟାଲଘୁ ସମ୍ପ୍ରଦାୟର ୬ଟି ଗ୍ରୁପର ୩୨ ଜଣ ସଦସ୍ୟଙ୍କ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି।

Advertisment

ୱାକଫ୍ ବୋର୍ଡ ସଂସଦୀୟ ଯୁଗ୍ମ କମିଟି ଗତ ୩ ମାସ ହେବ ବିଭିନ୍ନ ସଂଗଠନର ମତାମତ ଗ୍ରହଣ କରୁଛି। ମତାମତ ଗ୍ରହଣ ପରେ କେନ୍ଦ୍ର ସରକାରଙ୍କ ପାଖରେ ରିପୋର୍ଟ ଦାଖଲ କରାଯିବ। ସଂସଦୀୟ ଯୁଗ୍ମ କମିଟି ଆଜି ଦିନ ସାରା ବିଭିନ୍ନ ଅଞ୍ଚଳରୁ ଆସିଥିବା ଭିନ୍ନ ଭିନ୍ନ ସଂଗଠନ, ରାଜ୍ୟ ୱାକଫ୍ ବୋର୍ଡ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ କହିଛନ୍ତି ଯେ, କମିଟି ପାଖରେ ଏହି ବିଲ୍ ସପକ୍ଷବାଦୀ ଓ ବିପକ୍ଷବାଦୀ ନିଜ ନିଜର ଯୁକ୍ତି ରଖିଥିଲେ। ଦିଲ୍ଲୀରେ ବିଭିନ୍ନ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସାଙ୍ଗରେ ଆଲୋଚନା ହୋଇଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଆସାମ ଏବଂ ଓଡ଼ିଶା ଭଳି ରାଜ୍ୟରେ ସରକାର ଓ ବିଭିନ୍ନ ସଂଗଠନ ସହ ଆଲୋଚନା କରିଛୁ। ଗରିବ ମୁସଲମାନ, ମହିଳାଙ୍କୁ ଏହି ବୋର୍ଡ ମାଧ୍ୟମରେ ଅଧିକରୁ ଅଧିକ ସୁବିଧା ଯୋଗାଇବା ସରକାରଙ୍କ ଲକ୍ଷ୍ୟ ବୋଲି ଜେପିସି ଅଧ୍ଯକ୍ଷ କହିଛନ୍ତି।

Advertisment

ଉଲ୍ଲେଖ ଯୋଗ୍ୟ, ମୁସଲମାନ ସଂପ୍ରଦାୟରେ ଦାନକୁ ୱାକଫ୍ ବୋଲି କୁହନ୍ତି। ଦାନରେ ଯେଉଁ ସମ୍ପତ୍ତି ମିଳେ, ତାହାର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ୱାକଫ୍ ବୋର୍ଡ ହାତରେ ରହିଥାଏ। ହେଲେ ୱାକଫ୍ ବୋର୍ଡ ମାଧ୍ୟମରେ ସମ୍ପତ୍ତି ଜବରଦଖଲ ହେଉଛି ବୋଲି ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ଏହାର ସଂଶୋଧନ ଚାହୁଁଛନ୍ତି। ୱାକଫ୍ ଆଇନ ୧୯୯୫ରେ ୪୪ଟି ସଂଶୋଧନ ଆଣିବାକୁ କେନ୍ଦ୍ର ସରକାର ନୂଆ ବିଲ୍ ଆଣିଛନ୍ତି।

Waqf Board Waqf Board Amendment Bill Waqf Board Jpc Meeting JPC Meeting In Bhubaneswar