/odisha-reporter/media/post_attachments/uploadimage/library/16_9/16_9_0/PM_Modi_1726556276.jpg)
PM Modi
ରାଜଧାନୀରେ ପହଞ୍ଚିବା ପରେ ସିଧାସଳଖ ଗାଡ଼କଣ ଗାଁକୁ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେଠାରେ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୨୦ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଛନ୍ତି। ନିଜ ଜନ୍ମ ଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରେ କ୍ଷିରୀ ଖାଇଛନ୍ତି ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୦ଟା୫୦ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ଏହାପରେ ସେଠାରୁ ସେ ସିଧାସଳଖ ଗାଡ଼କଣ ଅଭିମୁଖେ ଯାଇଥିଲେ। ମୋଦି ଆସିବାକୁ ଥିବାରୁ ଲୋକେ ଘରକୁ ସଜାଇଥିବା ବେଳେ ଘର ଦୁଆର ମୁହଁରେ କଳସ ବସାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ଗାଡ଼କଣେ ବହୁ ସଂଖ୍ୟାରେ ପୁଲିସ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଖୋଦ ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ସ୍ଥିତି ଅନୁଧ୍ୟାନ କରିଥିଲେ।
ମୋଦିଙ୍କୁ ସ୍ୱାଗତ କରିବାକୁ ଗାଡ଼କଣବାସୀ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ। ସେଠାରେ ପହଞ୍ଚିବା ପରେ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୨୦ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇଛନ୍ତି। ସେମାନଙ୍କ ମଧ୍ୟରେ ୧୦ ଜଣ ହିତାଧିକାରୀ, ୮ ଜଣ ଏସଏଚଜି ମହିଳା ଏବଂ ୨ ଜଣ ପିଏମ ସସ୍ୱନିଧି ଯୋଜନାର ହିତାଧିକାରୀଙ୍କ ଥିବା ଜଣାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଗାଡ଼କଣରେ ଉପସ୍ଥିତ ଥିଲେ। ମୋଦି ହିତାଧିକାରୀମାନଙ୍କ ସହ ଅଧ ଘଣ୍ଟା କାଳ ଆଲୋଚନା କରିଥିଲେ।
ଏହି ଅବସରରେ ସେ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ପ୍ରସ୍ତୁତ ହୋଇଥିବା କ୍ଷୀରି ଖାଇଛନ୍ତି। ମୋଦି କିଛି ସମୟ ପାଇଁ ଅନ୍ତର୍ଯ୍ୟାମୀଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଛୋଟ ଛୁଆଙ୍କ ମୁଣ୍ଡରେ ହାତ ମାରିଥିଲେ। ସେଠାରେ ସେ ପୂଜାର୍ଚ୍ଚନା ବି କରିଥିଲେ ।
ଏହାପରେ ମୋଦି ଜନତା ମଇଦାନ ଅଭିମୁଖେ ବାହାରି ଯାଇତିଲେ। ସେଠାରେ ସେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
