Advertisment

ଜଳଭଣ୍ଡାରରୁ ପାଣି ଲିକ୍‌, ରବି ଫସଲ ପାଇଁ ଚିନ୍ତାରେ ଚାଷୀ

ପଦ୍ମ ଘୁଞ୍ଚିବା ଭଳି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବେଳୁ ଘୁଞ୍ଚି ଘୁଞ୍ଚି ଚାଲିଥିବା ତେଲେଙ୍ଗିରି ପ୍ରକଳ୍ପକୁ ୨୦୦୦ ମସିହାରୁ ନିର୍ମାଣ କାମ ଆରମ୍ଭ କରିଥିଲେ ବିଗତ ବିଜେଡି ସରକାର। ତେବେ ଠିକ୍‌ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ଲୋକାର୍ପଣ କରିଥିଲେ ନବୀନ ପଟ୍ଟନାୟକ।

Water

Water

Advertisment

ତେଲେଙ୍ଗିରି ଜଳଭଣ୍ଡାରରୁ ପାଣି ଲିକ୍‌। ଫଳରେ ତଳମୁଣ୍ଡକୁ ବହୁମାତ୍ରାରେ ପାଣି ନିଷ୍କାସିତ ହେଉଛି। ଖବର ପାଇ ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ଜଳ ନିଷ୍କାସନ ହେବା ଦ୍ୱାରା ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି। ଚାଷୀଙ୍କ ଚିନ୍ତା ଦୂର କରିବାକୁ ବିଗତ ବିଜେଡି ସରକାର ନିର୍ମାଣ କରିଥିବା ଏହି ପ୍ରକଳ୍ପ, ଏବେ ଭୟଙ୍କର ପାଣି ଲିକ ଯୋଗୁ ଚାଷୀଙ୍କ ନିଦ ହଜାଇ ଦେଇଛି।

Advertisment

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରାଣୀଗଡ଼ରେ ରହିଛି ତେଲେଙ୍ଗିରି ବହୁମୁଖୀ ଜଳସେଚନ ପ୍ରକଳ୍ପ। କୋଲାବ ଉପରେ ତିଆରି ହୋଇଥିବା ଏହି ନଦୀବନ୍ଧରେ ମୋଟ ୩ଟି ଗେଟ୍‌ ଥିବା ବେଳେ ପ୍ରଥମ ସ୍ଲୁଇସ୍‌ ଗେଟ୍‌ରୁ ପାଣି ଲିକ ହେଉଛି। ଅଭିଯୋଗ ଅନୁସାରେ, ପ୍ରକଳ୍ପ ନିର୍ମାଣ ସମୟରେ ଏଠାରେ ଥିବା କନଷ୍ଟ୍ରକ୍ସନ ସ୍ଲୁଇସ୍‌ ବନ୍ଦ କରାଯାଇନଥିଲା। ତେଣୁ ପୂର୍ବରୁ ଅଳ୍ପ ପାଣି ଲିକ ହେଉଥିବା ବେଳେ ବୁଧବାର ଅପରାହ୍ନରୁ ଅଚାନକ ଲିକେଜ ପରିମାଣ ବହୁ ଗୁଣ ବଢ଼ିଯାଇଥିଲା। ଯାହାକି କେବଳ ଜଳଭଣ୍ଡାର କର୍ତ୍ତୃପକ୍ଷ ନୁହେଁ, ହଜାର ହଜାର ଚାଷୀଙ୍କର ମଧ୍ୟ ଚିନ୍ତା ବଢ଼ାଇଛି। ପାଣି ଲିକ ବନ୍ଦ ନହେଲେ, ତଳମୁଣ୍ଡରେ ପ୍ରାୟ ୯ ହଜାର ହେକ୍ଟର ଚାଷଜମିରେ ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିପାଇଁ ଜୟପୁର ବ୍ଲକର କେବିଡି ଓ ରାଣୀଗଡ଼ ସହିତ ବୋରିଗୁମ୍ମା ଓ କୋଟପାଡ଼ ବ୍ଲକର ଚାଷୀମାନେ ଚିନ୍ତିତ ଅଛନ୍ତି।

ପଦ୍ମ ଘୁଞ୍ଚିବା ଭଳି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବେଳୁ ଘୁଞ୍ଚି ଘୁଞ୍ଚି ଚାଲିଥିବା ତେଲେଙ୍ଗିରି ପ୍ରକଳ୍ପକୁ ୨୦୦୦ ମସିହାରୁ ନିର୍ମାଣ କାମ ଆରମ୍ଭ କରିଥିଲେ ବିଗତ ବିଜେଡି ସରକାର। ତେବେ ଠିକ୍‌ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ଲୋକାର୍ପଣ କରିଥିଲେ ନବୀନ ପଟ୍ଟନାୟକ। ଏଠି ପ୍ରଶ୍ନ ଉଠୁଛି, ତେଲେଙ୍ଗିରି ପାଣି ଲିକ ପଛରେ ରହିଛି କି ନିର୍ମାଣଗତ ତ୍ରୁଟି ? କନଷ୍ଟ୍ରକ୍ସନ ସ୍ଲୁଇସ୍‌ ବନ୍ଦ ନକରି ଏହାକୁ କାହିଁକି କାର୍ଯ୍ୟକ୍ଷମ କରାଯାଇଥିଲା? ୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ଏହାକୁ ଉଦଘାଟନ କରିଥିଲେ କି ତତ୍କାଳୀନ ନବୀନ ସରକାର? ପାଣି ଲିକେଜ ଅଣାୟତ୍ତ ହେବା ପଛରେ ଦାୟୀ କିଏ? ଏହା ଆକସ୍ମିକ ଘଟଣା ନା ଅବହେଳାର ପରିଣତି? ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଘଟଣାର ଅନୁଧ୍ୟାନ କରିଥିବା ବେଳେ, ତେଲେଙ୍ଗିରି ଜଳସେଚନ ପ୍ରକଳ୍ପର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କହିଛନ୍ତି, କନଷ୍ଟ୍ରକ୍ସନ ସ୍ଲୁଇସ୍‌ ବନ୍ଦ କରିବାକୁ ଯୋଜନା ଥିଲା। କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇପାରିନି। ବିଶାଖାପାଟଣାରୁ ଏକ ବୈଷୟିକ ଟିମ୍‌ ଆସିଲେ, ଏହାକୁ ଅସ୍ଥାୟୀ ଭାବେ ବନ୍ଦ କରିବା ପାଇଁ ବ୍ୟବସ୍ଥା ହେବ।

Advertisment

ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe